ରାଜ୍ୟ

ଅନ୍‌ଲାଇନ୍‌ରେ ଅଟୋ ବୁକ୍‌ କଲା ଦୁର୍ବୃତ୍ତ, ଚାଳକଙ୍କୁ ଛୁରାମାଡ଼ କରି ଫେରାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚୋରି, ଡକାୟତି, ହତ୍ୟା, ନିଶା କାରବାର ଭଳି ହିଂସାତ୍ମକ ଗତିବିଧି ବଢ଼ିବାରେ ଲାଗିଛି। ବ୍ୟାପକ ପୁଲିସିଂ ବ୍ୟବସ୍ଥା ଓ ପ୍ରମୁଖ ଛକରେ ସିସିଟିଭି ଖଞ୍ଜା ଯାଇଥିଲେ ମଧ୍ୟ ଅପରାଧୀମାନେ ଏହାକୁ ଖାତିର କରୁ ନାହାନ୍ତି। କମିସନରେଟ ପୁଲିସ ଅଧୀନ ଭରତପୁର ଥାନା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଜଣେ ଅଟୋ ଚାଳକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଆହତ ଅଟୋ ଚାଳକଙ୍କୁ ଗୁୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଅଭିଯୁକ୍ତ ଆଜି ଅନ୍‌ଲାଇନରେ ଅଟୋ ବୁକିଂ କରିଥିଲେ। ଅଟୋ ବୁକ୍‌ ହେଲା ପରେ ଏହାର ଚାଳକ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ଥିଲେ। ତେବେ ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ଚାଳକଙ୍କୁ ଛୁରାମାଡ଼ କରିଥିଲା। ବାରମ୍ବାର ଛୁରାମାଡ଼ କରିଥିଲା। ଫଳରେ ଚାଳକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି।

ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ଡ୍ରାଇଭରଙ୍କୁ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି।
ତେବେ ଆହତ ଅଟୋ ଚାଳକଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଟୋ ଚାଳକମାନେ ଅଭିଯୁକ୍ତକୁ ଗିରଫ ଦାବିରେ କଳିଙ୍ଗ ଷ୍ଟୁଡିଓ ଛକରେ ଧାରଣା ଦେଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button