ରାଜ୍ୟ

ଆମ ଓଡିଆ ପୁଅ ଶକ୍ତିକାନ୍ତ ଦାସ ହେଲେ ଋଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର, ଗର୍ବରେ ତାଙ୍କ ପାଇଁ ଗୋଟେ ଶେୟାର କରନ୍ତୁ

ଏହା ଆମ ଓଡ଼ିଶା ପାଇଁ ଏକ ଗର୍ବର କଥା । ଶକ୍ତିକାନ୍ତ ଦାସ ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି କରାଗଲା। ଗୋଟେ ଅଧିକାରୀଙ୍କ ମନ୍ତବ୍ୟ ଅନୁସାରେ, ” କ୍ଯାବିନେଟ ର ନିଯୁକ୍ତି ସମିତି ଆର୍ଥିକ ବିଭାଗର ପୂର୍ବ ସଚିବ ଶକ୍ତିକାନ୍ତ ଦାସ ଙ୍କୁ ରିଜର୍ଭ ବ୍ଯାଙ୍କର ଗଭର୍ଣ୍ଣର ପଦରେ ତିନି ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି”। ଦାସ ୧୯୮୦ ବ୍ୟାଚ ରେ ତାମିଲ ନାଡୁ କ୍ୟାଡରର ଆଇଏଏସ ଅଧିକାରୀ ଥିଲେ। ସେ ଅର୍ଥ ବିଭାଗର ସଦସ୍ୟ ରହି ସାରିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଉର୍ଜିତ ପଟେଲ ସୋମବାର ଦିନ ହଟାତ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଦେଲେ।

ଶକ୍ତିକାନ୍ତ ଦାସ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ନୋଟବନ୍ଦୀ ବେଳେ କେନ୍ଦ୍ର ଅର୍ଥନୈତିକ ବ୍ୟାପର ସଚିବ ଭାବେ ସେ ଦାୟିତ୍ୱ ତୁଲାଇ ଥିଲେ। ସେ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ଥିଲେ। ତା ପୂର୍ବରୁ ସେ କେନ୍ଦ୍ର ରାଜସ୍ୱ , ଶିଳ୍ପ ଓ ସାର ସଚିବ ପଦରେ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ଶକ୍ତିକାନ୍ତ ଦାସ ଙ୍କ ବିଷୟରେ ଏମିତି କୁହା ଯାଏ କି ସେ ତାଙ୍କ କାର୍ଯ୍ୟକାଳ ସମୟରେ ୩ଟି ଅଲଗା ଅଲଗା ଅର୍ଥ ମନ୍ତ୍ରୀଙ୍କ ସହ କାର୍ଯ୍ୟ କରିଛନ୍ତି। ଆର୍ଥିକ ପରିଚାଳନା କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଥିବାରୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ବସାଯାଇଛି। ଅନ୍ୟପଟେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯେ କି ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button