ରାଜ୍ୟ

ଫେବୃଆରୀରୁ ଅସମ୍ଭାଳ କଲାଣି ତାତି : ୩୫ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା

ଭୁବନେଶ୍ୱର, ୧୩/୦୨ : ରାଜ୍ୟରେ ଫେବୃଆରୀରୁ ବଢିଲାଣି ତାତି । ୩୫ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା। ଝାରସୁଗୁଡାରେ ସର୍ବାଧି ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ। ଚଳିତ ବର୍ଷର ଏହା ସର୍ବାଧିକ ତାପମାତ୍ରା। ଆଗାମୀ ୪ ଦିନରେ ରାତି ତାପମାତ୍ରା ୫ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଝାରସଗୁଡା ପରେ ଭଦ୍ରକରେ ତାପମାତ୍ରା ୩୬ ଦଶମିକ ୨ ଡିଗ୍ରୀ ଛୁଇଁଛି। ସେହିପରି ବଲାଙ୍ଗୀରରେ ୩୬, ଅନୁଗୁଳରେ ୩୫ ଦଶମିକ ୭, ଭବାନୀପାଟଣଶ ଓ ଟିଟଲାଗଡ଼ରେ ତାମପାତ୍ରା ୩୫ ଡିଗ୍ରୀ ୫ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ବରେ ପାରଦ ୩୪ ଦଶମିକ ୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ତାପମାତ୍ରା ୩୩ ଦଶମିକ ୨ ଡିଗ୍ରୀ ଛୁଇଁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button