ରାଜ୍ୟ

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୩ ବର୍ଷର ଝିଅ

ପ୍ରଖର ସ୍ମୃତିଶକ୍ତି ପାଇଁ ଆଜି  ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଯାଜପୁର ବରୀ ଅଞ୍ଚଳର ୩ ବର୍ଷର ଝିଅ । ସ୍ପଷ୍ଟ କଥା କହିପାରୁନଥିବା କୁନି ଝିଅ,  ବିଭିନ୍ନ ରାଜ୍ୟର ରାଜଧାନୀ, ଫଳ ଫୁଲର ନାମ ଠାରୁ ଆରମ୍ଭ କରି ସଂସ୍କୃତ ଶ୍ଳୋକ ଉଚ୍ଚାରଣ କରି ସମସ୍ତ୍ନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।  ଯାଜପୁର ବରୀ ମହମ୍ମଦପୁର ଅଞ୍ଚଳର ନେହାଶ୍ରୀ ସାମଲ। ବୟସ ମାତ୍ର ୩ ବର୍ଷ । କିନ୍ତୁ ଏହି ବୟସରେ ସେ ସ୍ଥାନ ପାଇଛନ୍ତି ଇଣ୍ଡିଆ ବୁକ ଅଫ ରେକର୍ଡରେ। ନିଜ ପାଖରେ ଥିବା ଅସାଧାରଣ ପ୍ରତିଭା ପାଇଁ ଏବେ ସେ ଚର୍ଚ୍ଚାରେ ଅଛନ୍ତି। ମୁହଁରୁ ଗୋଟିଏ ପରେ ଗୋଟିଏ ଭଜନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏତେ କମ ବୟସରେ ଏଭଳି ଚମତ୍କାର ପ୍ରତିଭା ପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

ପିଲା ବେଳୁ ନେହାଶ୍ରୀ ନିଜ ମାଆଙ୍କ ପାଖରେ ରହି ସବୁ ଶିଖିଛନ୍ତି। ସେହିଭଳି ନୃତ୍ୟରେ ମଧ୍ୟ ସେ ଆଗରେ। ତାଙ୍କ ନୃତ୍ୟ ପ୍ରଦର୍ଶନ ଅନ୍ୟମାନଙ୍କୁ ଚମକାଇ ଦେଉଛି। ଆଗକୁ ଭଲ ପାଠ ପଢି ଜଣେ ଡାକ୍ତର ହେବେ ବୋଲି ଇଛା ରଖିଛନ୍ତି ନେହାଶ୍ରୀ। ନେହାଶ୍ରୀଙ୍କ ବାପା ଜଣେ ସୈନିକ ହୋଇ ସମଗ୍ର ଅଞ୍ଚଳ ପାଇଁ ଗର୍ବ ଆଣିଥିବା ବେଳେ, ଏବେ ସେ ନିଜ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ପାଲଟି ଯାଇଛନ୍ତି। ଏଥିପାଇଁ ନିଜ ପରିବାରଠାରୁ ଆରମ୍ଭ କରି ଅଞ୍ଚଳବାସୀ ନେହାଶ୍ରୀଙ୍କୁ ଶୁଭେତ୍ସା ଓ ଅଭିନନ୍ଦନ ଜଣାଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button