ରାଜ୍ୟ

ପର୍ଯ୍ୟଟନଋତୁରେ ଚଳଚଞ୍ଚଳ ଡିଗୀ ପାର୍କ

ଚାଲିଛି ପର୍ଯ୍ୟଟନ ଋତୁ। ଚଳଚଞ୍ଚଳ ଭଦ୍ରକ ଜିଲ୍ଲାର ଡିଗୀ ପାର୍କ। ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଥିବା ଏହି ପାର୍କର ବଦଳି ଯାଇଛି ରୂପରେଖ । ନୂଆବର୍ଷର ମଜା ନେବାକୁ ଲାଗିଛି ପର୍ଯ୍ୟଟକଙ୍କ ଭିଡ। କିଏ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରୁଛି ତ କିଏ ନିପଟ ଗାଁ ଭିତରେ ସହରର ମଜା ନେଉଥିବା ଦେଖିବାକୁ ମିଳିଛି। ବିରାଟ ପୋଖରୀ ସାଙ୍ଗକୁ ଚାରିକଡ଼ ଫୁଲ ବଗିଚା ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ପଦ୍ମପୋଖରୀ ଗାଁ ମୁଣ୍ଡରେ ଥିବା ୩ ଶହ ବର୍ଷ ପୁରୁଣା ଡିଗି ପୋଖରୀରେ ଆଗରୁ ଅନେକ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇରହିଥିଲା । ଦଳରେ ପରିପୂର୍ଣ୍ଣ ଥିବା ଏହି ଡିଗୀ ପୋଖରୀରେ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ସକାଳ ୯ଟାରୁ ସନ୍ଧ୍ୟା ଯାଏ ଲୋକଙ୍କ ଗହଳି ଲାଗୁଥିବା ଦେଖିବାକୁ ମିଳିଛି।

ରାଜା ମୁକୁନ୍ଦ ଦେବଙ୍କ ସମୟରେ ତାଙ୍କ ପ୍ରଜାଙ୍କ ପାଇଁ ପାଖାପାଖି ୭୦ରୁ ୮୦ ଏକର ଜମିରେ ଖୋଳା ଯାଇଥିବା ଏହି ପୋଖରୀଟି ପଦ୍ମ ପତ୍ରର ଓ ଫୁଲରେ ଭରପୁର ରହୁଥିଲା। ଶୀତ ଦିନେରେ ହଜାର ହଜାର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ଏହି ଦୃଶ୍ୟ ଚିଲିକା ନଳବଣର ଭ୍ରମ ସୃଷ୍ଟି କରୁଥିଲା। ରକ୍ଷଣାବେକ୍ଷଣ ଅଭାବରୁ ପରିବେଶ ନିଜର ସୌନ୍ଦର୍ଯ୍ୟ ହରାଇବସିଲା।  ଏହି ଡିଗୀ ପୋଖରୀ ନିକଟରେ ଅଛନ୍ତି ମା କାଲୁଣୀ ଠାକୁରାଣୀ। ମାଙ୍କ ଆଶୀର୍ବାଦରୁ ଏ ଜାଗା ଏବେ ନୂଆ ପରିଚୟ ପାଇଛି। ଲେକ୍ ଭିୟୁ ପଏଣ୍ଟ, ରିଫ୍ରେସମେଣ୍ଟ ସେଣ୍ଟର, ଗ୍ରାସ ବେଡ୍, ଟଏଲେଟ୍ ଆଦି କରାଯାଇଛି। ତା ସାଙ୍ଗକୁ ବୋଟିଂ ର ମଜା ନେଉଛନ୍ତି ପର୍ଯ୍ୟଟକ। ଏହି ପାର୍କକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button