ରାଜ୍ୟ

ତେଲେଙ୍ଗାନା ପୁଲିସର ବଡ଼ ଅପରେସନ: ୭ ମାଓବାଦୀ ମୃତ

ହାଇଦ୍ରାବାଦ: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ପକ୍ଷରୁ ହୋଇଥିବା ଏକ ସ୍ବତନ୍ତ୍ର ଅପରେସନରେ ୭ ମାଓବାଦୀଙ୍କର ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ଏହି ପ୍ରସଙ୍ଗରେ ମୁଲୁଗୁ ଏସପି ଶାବରିଶ କହିଛନ୍ତି ଯେ ଏନ୍ତୁରୁନଗରାମ ଜଙ୍ଗଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି।

ଶାବରିଶ କହିଛନ୍ତି ଯେ, ଏନ୍ତୁରୁନଗରାମ ଜଙ୍ଗଲ ଅଞ୍ଚଳରେ ପୁଲିସର ଏନକାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ରବିବାର ସକାଳେ ମୁଲୁଗୁ ଜିଲ୍ଲାର ଏନ୍ତୁରୁନଗରାମ ମଣ୍ଡଳର ଚାଲାପାକା ଅଞ୍ଚଳର ତେଲେଙ୍ଗାନା ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା ବୋଲି ପୁଲିସ କହିଛି। ଏହି ଏନକାଉଣ୍ଟରରେ ୟେଲାଣ୍ଡୁ-ନରସମ୍ପେଟ୍ ଏରିଆ କମିଟି କମାଣ୍ଡର ବଦ୍ରୁ ଛଦ୍ମନାମ ପପାନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ଚିହ୍ନଟ କରାଯାଇଛି। ସେମାନେ ହେଲେ ତେଲେଙ୍ଗାନା ସଚିବ କୁରସାମ ମଙ୍ଗୁ ଅରଫ ଭଦରୁ,ଡିଭିସିଏମ ଏଗାଲପୁ ଅରଫ ମଧୁ ଏସିଏମ ମୁସାକୀ ଦେବାଲ,ଏସିଏମ ମୁସାକୀ ଯମୁନା,ପାର୍ଟି ମେମ୍ବର ଜାଇସିଙ୍ଘ,କିଶୋର ଏବଂ କମେଶ।
ତଥାପି, ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ। ଏହି ଏନକାଉଣ୍ଟର ସମ୍ପର୍କରେ ପୁଲିସ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରାଯାଇ ନାହିଁ। ଏହା ସହିତ ପୁଲିସ ୨ଟି ଏକେ-୪୭ ବନ୍ଧୁକ ଜବତ କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ପୂର୍ବରୁ ତେଲେଙ୍ଗାନାର ଭଦ୍ରାଡ୍ରିର କୋଥାଗୁଡେମ ଅଞ୍ଚଳରେ ତେଲେଙ୍ଗାନା ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ମୁହ‌ାଁମୁହିଁ ସ୍ଥିତି ହୋଇଥିଲା। ଯେଉଁଥିରେ ୬ଜଣ ମାଓବାଦୀ ନିହତ ହୋଇଥିଲେ। ତେବେ ଏହି ଅପରେସନରେ ଦୁଇ ଜଣ ପୁଲିସ ଆହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button