ରାଜ୍ୟ

ବୀରମିତ୍ରପୁର ବନାଞ୍ଚଳର ସଲଙ୍ଗାବାହାଲ ଜଙ୍ଗଲରେ ମହାବଳ!

ବୀରମିତ୍ରପୁର: ବୀରମିତ୍ରପୁର ବନାଞ୍ଚଳର ରାଏବଗା ସେକ୍ସନ ସଲଙ୍ଗାବାହାଲ ଓ ମଝାପଡ଼ା ଜଙ୍ଗଲରେ ମହାବଳ ବୁଲୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସ୍ଥାନୀୟ ଅଞ୍ଚଳରେ ପଡ଼ିଥିବା ପାଦଚିହ୍ନ ଓ ଦୁଇଟି ବଳଦର ମୃତଦେହ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ତେବେ ବନବିଭାଗ ପକ୍ଷରୁ ଏ ବାବଦରେ ସ୍ପଷ୍ଟ କରାଯାଇନାହିଁ।

xc

ସୂଚନା ଅନୁସାରେ, ମଝାପଡ଼ା ପଞ୍ଚାୟତର ଜୟକୁଦର ନଦୀ ଅପରପଟେ ଝାଡ଼ଖଣ୍ଡର ଦୁମକି ଜଙ୍ଗଲରେ ଗୋଟିଏ ଓ ଓଡ଼ିଶା ସୀମାନ୍ତ କୁନମେଣ୍ଡରା ନଦୀ ନିକଟରେ ଗୋଟିଏ ବଳଦର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟଲୋକେ ଶୁକ୍ରବାର ମଝାପଡ଼ା ସରପଞ୍ଚ ମାରିଆନୁସ କିରୋଙ୍କୁ ଜଣାଇଥିଲେ। ବଳଦଙ୍କୁ କେହି ଜନ୍ତୁ ମାରି ଖାଇଥିବାବେଳେ ଘଟଣାସ୍ଥଳରେ ବାଘଭଳି ଜନ୍ତୁର ପାଦଚି଼ହ୍ନ ରହିଥିବା ଦେଖା ଯାଇଥିଲା। ଏ ସମ୍ପର୍କରେ ସରପଞ୍ଚ ରାଏବଗା ବନପାଳ ଲୋକନାଥ ପଟେଲଙ୍କୁ ଜଣାଇଥିଲେ।

ଶନିବାର ରାଏବଗା ବନପାଳ ଶ୍ରୀ ପଟେଲ, ସଲଙ୍ଗାବାହାଲ ବନରକ୍ଷୀ ରତନ ମହାକୁଡ଼ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସେଠାରେ ବାଘ ପାଦଚିହ୍ନ ପରି ଦେଖାଯାଉଥିବା ଚି଼ହ୍ନ ରହିଥିବା ସନ୍ଦେହକରି ରାଉରକେଲା ଡିଏଫ୍‌ଓଙ୍କୁ ସୂଚନା ଦେଇଥିଲେ। ଏ ବାବଦରେ ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କୁ ପଚାରିବାରୁ ‘ସେ ବିଷୟରେ ସୂଚନା ପାଇଥିବା କହିଛନ୍ତି। ଆଜି ବିଶେଷଜ୍ଞ ଦଳଙ୍କ ଦ୍ବାରା ଘଟଣାସ୍ଥଳରେ ଅନୁଧ୍ୟାନ କରାଯିବ। ସେଠାରେ ଟ୍ରାପ୍ କ୍ୟାମେରା ଲଗାଯିବା ସହ ଡ୍ରୋନ୍ ମାଧ୍ୟମରେ ନଜର ରଖାଯିବ ଓ ଗ୍ରାମବାସୀଙ୍କୁ ପଚରାଉଚରା କଲାପରେ ସବୁକିଛି ସ୍ପଷ୍ଟହେବ’ ବୋଲି ଶ୍ରୀ ସେଠୀ କହିଛନ୍ତି। ପାଦଚିହ୍ନର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଜଣାପଡ଼ିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button