ରାଜ୍ୟ

ପବିତ୍ର ଜନ୍ମାଷ୍ଟମୀ, କଟକର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଟକ ୨୬।୦୮ : ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ପବିତ୍ର ଜନ୍ମାଷ୍ଟମୀ ପାଇଁ ଆଜି କଟକର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। କଟକର ଚୌଧୁରୀ ଵଜାରରେ ଥିବା ଗୋପାଳଜିଉ ମଠ, ରାଣୀହାଟର ରାଧାକୃଷ୍ଣଙ୍କ ମନ୍ଦିର, ପୋତାପୋଖରୀ ରାଧାକୃଷ୍ଣ ମନ୍ଦିର ଓ ଖାନନଗରରେ ଥିବା ଶ୍ୟାମସୁନ୍ଦର ମଠରେ ଜନ୍ମାଷ୍ଟମୀ ବେଶ୍ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହେଉଛି।

ପ୍ରାଚୀନ ଗୋପାଳଜିଉ ମଠରେ ରାଧାକୃଷ୍ଣଙ୍କର ଦର୍ଶନ ପାଇଁ ସ୍ବୟଂ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ଆଗମନ ହୋଇଥିଲା ଵୋଲି କିମ୍ବଦନ୍ତୀ ରହିଛି। ତେଣୁ ଗୋପାଳଜୀଉ ଓ ଶ୍ୟାମସୁନ୍ଦର ମଠ ଭଳି ପ୍ରାଚୀନ ପୀଠରେ ଶ୍ରଦ୍ଧାଳୁମାନଙ୍କର ଵିଶେଷ ଭିଡ ଦେଖିବାକୁ ମିଳୁଛି। ଜନ୍ମାଷ୍ଟମୀ ଭିଡ଼କୁ ଦେଖି ପୋଲିସ ପକ୍ଷରୁ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଵ୍ୟଵସ୍ଥା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button