ପୁଣି ଚର୍ଚ୍ଚାରେ ସାରଥୀ

ସାରଥୀଙ୍କୁ ନେଇ ହାଇକୋର୍ଟଙ୍କର ଗୁରୁତ୍ୱପୂର୍ଣ୍ଣ ରାୟ l କେନ୍ଦ୍ରାପଡା ଆସିବା ପାଇଁ ଆତ୍ମ ଘୋଷିତ ବାବା ସାରଥି ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ଏଥିରେ ନିଜ ଅସୁସ୍ଥ ଭାଇଙ୍କୁ ଦେଖିବା କଥା ସେ ଦର୍ଶାଇଥିଲେ l ତେବେ ସାରଥୀଙ୍କ ଆବେଦନକୁ ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ କେତେକ ସର୍ତ୍ତ ରଖି ସାରଥୀଙ୍କୁ କେନ୍ଦ୍ରାପଡା ଯିବାକୁ ଅନୁମତି ପ୍ରଦାନ କରିଛନ୍ତି l ପୂର୍ବ ନିର୍ଦ୍ଦେଶର ପୁନଃ ବିଚାର ପାଇଁ ସାରଥୀଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ତାଙ୍କ ପାସପୋର୍ଟ ଫେରାଇବା ସହିତ ସର୍ବସାଧାରଣରେ ପ୍ରବଚନ ଦେବାକୁ ଅନୁମତି ଲୋଡ଼ିଥିଲେ ସାରଥୀ। କିନ୍ତୁ ଉକ୍ତ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। କିନ୍ତୁ କିଛି ସର୍ତ୍ତ ଆଧାରରେ। ସେଗୁଡିକ ହେଲା, ୨ ମାସରେ ଥରେ ସାରଥୀ କେନ୍ଦ୍ରାପଡା ଯାଇପାରିବେ l ସକାଳ ୫ ଟାରୁ ସନ୍ଧ୍ୟା ସାଢେ ୫ ଟା ଯାଏଁ ସେ କେନ୍ଦ୍ରାପଡ଼ାରେ ରହିପାରିବେ l ହେଲେ କୌଣସି ପରିସ୍ଥିତିରେ ସେ ବାରିମୂଳ ଆଶ୍ରମ ଯାଇ ପାରିବେନାହିଁ l କେନ୍ଦ୍ରାପଡା ଯିବାଲାଗି ତାଙ୍କୁ ୭ ଦିନ ଆଗରୁ କୋର୍ଟଙ୍କୁ ଜଣାଇବାକୁ ପଡିବ l କେନ୍ଦ୍ରାପଡା ଥାନା ଏବଂ ନିଜେ ରହୁଥିବା ଥାନାଞ୍ଚଳର ଅଧିକାରୀଙ୍କୁ ମଧ୍ୟ କେଦ୍ରାପଡ଼ା ଗସ୍ତର ୭ ଦିନ ଆଗରୁ ଜଣାଇବେ ସାରଥୀ।