ଦେଶ- ବିଦେଶ
ପୁଲିସ ଭ୍ୟାନରେ ବସି ସଞ୍ଚୟ ରାଏର ଚାଞ୍ଚଲ୍ୟକର ବୟାନ

କୋଲକତା: କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ସେମିନାର ହଲରେ ଟ୍ରେନି ଡାକ୍ତର ବିଶ୍ରାମ ନେଉଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣାରେ ସାମିଲ ଥିବା କୋଲକାତା ପୁଲିସ ସଞ୍ଜୟ ରାଏ ନାମକ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ କୋଲକାତା ପୁଲିସ ସହ ସିଭିକ ଭଲିଣ୍ଟିଅର ଭାବେ କାମ କରୁଥିଲାl
ଦୁଷ୍କର୍ମ ଘଟଣାର କିଛିମାସ ଚୁପ ରହିବା ପରେ ନେଇ ସଞ୍ଜୟ ରାଏ ପ୍ରଥମଥର ମୁହଁ ଖୋଲି କହିଥିଲା, ‘ମୁଁ ଡାକ୍ତରାଣୀଙ୍କ ଦୁଷ୍କର୍ମ ଓ ହତ୍ୟା କରିନାହିଁ।
ମୋତେ ଫସାଇ ଦିଆଯାଇଛି। ସରକାର ମୋତେ ଫସାଇ ଦେଇ ଚୁପ ରହିବାକୁ ଧମକ ଦେଇଛନ୍ତି। କୋଲକାତା ପୁଲିସ ବି ମୁହଁ ନଖୋଲିବା ପାଇଁ ଧମକ ଦେଇଛି।’