ଦେଶ- ବିଦେଶ

ଲେବାନନ ହମ୍‌ଲାର ଜବାବ ଦେଲା ଇସ୍ରାଏଲ; ହିଜବୁଲ୍ଲା ଠିକଣାରେ ୧ ଘଣ୍ଟା ବୋମା ବର୍ଷା

ନୂଆଦିଲ୍ଲୀ: ସୋମବାର ଲେବାନନ କାଉଣ୍ଟର ଆଟାକ୍ର ଜବାବ ଦେଇଛି ଇସ୍ରାଏଲ । ଆଇଡିଏଫ ୧୦୦ ଫାଇଟର ଜେଟରେ ଟାର୍ଗେଟ୍ ଦେଇଛି । ୧୨୦ରୁ ଅଧିକ ହିଜବୁଲ୍ଲା ଠିକଣାରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବୋମା ବର୍ଷା କରିଛି ଇସ୍ରାଏଲ ବାୟୁସେନା । ଫଳରେ ହିଜବୁଲ୍ଲାର ସଂଗଠନର ଆତଙ୍କୀ ଆଡ୍ଡା ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି । ଆଇଡିଏଫ ମୁଖପାତ୍ର ଲେବାନନ ନାଗରିକଙ୍କୁ ଆଗାମୀ ସୂଚନା ନ ଆସିବା ଯାଏଁ ଆଓ୍ବାଲୀ ନଦୀର ଦକ୍ଷିଣ ପ୍ରାନ୍ତ ଏବଂ ସମୁଦ୍ର ତଟକୁ ନଯିବାକୁ ଚେତାବନୀ ଦେଇଛନ୍ତି ।

ଲେବାନନରେ ହିଜବୁଲ୍ଲା ଆତଙ୍କୀ ସଂଗଠନ ବିରୋଧରେ ଇସ୍ରାଏଲ ଏହି ହମଲା ଗତ ବର୍ଷ ଅକ୍ଟୋବର ମାସ ୭ ତାରିଖରୁ ହମାସ୍ ଆକ୍ରମଣ ପରେ ଯୁଦ୍ଧ ଜାରି ରହିଛି । ପୂରା ଏକ ବର୍ଷ ହେଲା ମଧ୍ୟପ୍ରାଚ୍ୟ ଆକାଶରେ ଯୁଦ୍ଧର କଳା ବାଦଲ ଢାଙ୍କି ହୋଇ ରହିଛି । ସୋମବାର ଆଇଡିଏଫ ଉତ୍ତର ଇସ୍ରାଏଲରେ ଏକ ନୂଆ କ୍ଲୋଜ୍ଡ ମିଲିଟାରୀ ଜୋନ୍ ଘୋଷିତ କରିଥିଲା । ଲେବାନନରେ ଇସ୍ରାଏଲ ସ୍ଥଳସେନାର ଗ୍ରାଉଣ୍ଡ ଅପରେସନ ଆରମ୍ଭ ହେବା ପରେ ଏହା ଚତୁର୍ଥ କ୍ଲୋଜ୍ଡ ମିଲିଟାରୀ ଜୋନ୍ । ଯାହା ଭୂମଧ୍ୟସାଗରର ପୂର୍ବ ଆଡ଼କୁ ଲମ୍ବିଛି ।

ହିଜବୁଲ୍ଲା ଆତଙ୍କୀ ସଂଗଠନକୁ ଆକ୍ରମଣ କରିବା ପରେ ଇସ୍ରାଏୱ ସେନା ଏକ ବୟାନ ଜାରି କରିଛି । ଏଥିରେ କୁହାଯାଇଛି, ଇସ୍ରାଏଲ ବିମାନ ହିଜବୁଲ୍ଲାର ବିଭିନ୍ନ ୟୁନିଟକୁ ଟାର୍ଗେଟ୍ କରି ହମଲା କରାଯାଇଛି । ଯେଉଁଥିରେ ସର୍ଦନ ଫ୍ରଣ୍ଟର ରିଜିଓନାଲ୍ ୟୁନିଟ୍ସ, ରାଦଓ୍ବାନ ଫୋର୍ସ୍ଡ, ମିସାଇଲ୍ ଏବଂ ରକେଟ୍ ଫୋର୍ସ ଏବଂ ଗୁଇନ୍ଧା ବିଭାଗ ସାମିଲ୍ ଥିଲା ।…

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button