ଦେଶ- ବିଦେଶ

ବନ୍ଧୁଙ୍କ ପରଲୋକ ରେ ଏତେ ମର୍ମାହତ ହୋଇ ତାର ଜୁଇକୁ ଡେଇଁ ପଡିଥିଲେ ଯୁବକ, ଆଉ ତା ପରେ… ଦେଖନ୍ତୁ Video

ସତରେ ଜଣେ ସାଙ୍ଗ ଜୀବନରେ କେତେ ଯେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ବହନ କରିଥାଏ ତାହା ଅନ୍ୟ ଜଣେ ସାଙ୍ଗ ନିଶ୍ଚୟ ଜାଣିଥିବ । ହଁ ଦର୍ଶକ ବନ୍ଧୁ ଆପଣ ମାନେ ବଲିଉଡ ବ୍ଲକ ବାଷ୍ଟର ହିନ୍ଦୀ ଫିଲ୍ମ “ସୋଲେ” ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ଯେଭଳି ଭାବେ ଜୟ ଓ ବୀର ର ବନ୍ଧୁତା ସ୍ଥାପନା କରା ଯାଇଥିଲା ତାହା ସବୁ ଦିନ ଲାଗି ମନେ ରହିବ ନିଶ୍ଚୟ ।

ଜୟ ର ଜୀବନ ଲାଗି ନିଜ ଜୀବନକୁ ବିପଦରେ ବୀର ପକାଇବାର ଆପଣ ମନେ ନିଶ୍ଚୟ ବଡ ପରଦା ରେ ଦେଖିଥିବେ । କିନ୍ତୁ ବର୍ତ୍ତମାନ ସମୟରେ ବାସ୍ତବ ଜୀବନରେ ଜଣେ ବନ୍ଧୁ ନିଜର ସାଙ୍ଗ ର ମୃତ୍ୟୁ ପରେ ଏତେ ମର୍ମାହତ ହୋଇ ପଡିଥିଲେ ଯେ ଶେଷରେ ନିଜକୁ ନିଆଁ ରେ ଆତ୍ମହୁତି ଦେଇଛନ୍ତି ।

ୟୁପି ର ଫିରୋରାବାଦ ରେ ଦୁଇ ଜଣ ବନ୍ଧୁ ଙ୍କ କାହାଣୀ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ପ୍ରକୃତ ବନ୍ଧୁ ଙ୍କ ପାଇଁ ଏମାନେ ପାଲଟିଛନ୍ତି ଉଦାହରଣ । କାହିଁକି ନା ଆଜିକାଲିର ସ୍ଵାର୍ଥପର ଦୁନିଆରେ ଟଙ୍କା ହେଉ କି ଆଯ କିଛି ସାହାର୍ଯ୍ୟ ମାଗିବା ବେଳେ ସାଙ୍ଗ ମାନେ ସହଯୋଗର ହାତ ବଢାଇ ଥାନ୍ତି । କିନ୍ତୁ ବନ୍ଧୁ ଙ୍କ ଦେହାନ୍ତ ଏତେ କଷ୍ଟ ଦେଇଛି ଯେ ଶେଷରେ ସାଙ୍ଗ ଙ୍କ ଜୁଇ ରେ ଡେଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ଅନ୍ୟ ଜଣେ ବନ୍ଧୁ । ୟୁପି ର ଦୁଇ ସାଙ୍ଗ ଅଶୋକ ଓ ଆନନ୍ଦ । ଉଭୟ 5ମ ଶ୍ରେଣୀ ରୁ ବନ୍ଧୁ ରହି ଆସିଥିଲେ ।

ଦୁହେଁ ଭଲ ସାଙ୍ଗ ବୋଲି ଅଞ୍ଚଳରେ ଲୋକ ମଧ୍ୟ ଜାଣିଛନ୍ତି । ଏମିତି କି ସେମାନଙ୍କ ବନ୍ଧୁତା ଦେଖି ଅନ୍ୟ ମାନେ ଈର୍ଷା ମଧ୍ୟ କରନ୍ତି । ତେବେ ଅଶୋକ କିଛି ଦିନ ହେବ କର୍କଟ ରୋଗରେ ପୀଡିତ ହୋଇଥିଲେ । ଆଉ ଧୀରେ ଧୀରେ ସେ ଅସୁସ୍ଥ ହେବାରୁ ମେଡିକାଲ ରେ ଚିକିସ୍ତିତ ହେଉଥିଲେ । ଆଉ ଶେଷରେ ମେଡିକାଲ ରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ଅଶୋକ ।

ଆଉ ପରିବାର ଲୋକେ ତାଙ୍କ ଶେଷକୃତ୍ୟ କରିଥିଲେ । ପରିବାର ଲୋକଙ୍କ ଠାରୁ ଆନନ୍ଦ ଅଧିକ ଦୁଖୀ ଥିବାର ଦେଖା ଯାଇଥିଲା । ଏହି କଥା କହିବାର ତାପର୍ଜ୍ୟ ହେଉଛି କି ଯେବେ ଅଶୋକ ଙ୍କ ଜୁଇ ଜଳୁଥିଲା ସେତେବେଳେ ନିଜକୁ ଆୟତ୍ତ ରେ ଆଉ ରଖିପାରିଲେ ନାହିଁ ଆନନ୍ଦ ।

ସମସ୍ତଙ୍କ ଆଗରେ ଆଣ୍ଡ ଅଶୋକ ଜୁଇ ରେ ଡେଇଁ ପଡିଥିଲେ । ଯଦିଓ ତାଙ୍କୁ ନିଆଁ ରୁ ଉଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲେ । ତଥାପି ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । କିନ୍ତୁ ସେମାନଙ୍କ ବନ୍ଧୁତା କୁ ନେଇ ସମସ୍ତେ ଏବେ ପ୍ରଶଂସା କରୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button