ରାଜ୍ୟ

ମାଣ୍ଡିଆ ବଣ୍ଟନରେ ଅନିୟମିତତା ଦାବିରେ ରାସ୍ତାରୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ କତଲକଇଠା ପଞ୍ଚାୟତରେ ହିତାଧିକାରୀଙ୍କୁ ମାଣ୍ଡିଆ ବଣ୍ଟନ ଚାଲିଥିବା ବେଳେ ଅନିୟମିତତା ହେଉଥିବା ଅଭିଯୋଗ କରି ରାସ୍ତାରୋକ କରାଯାଇଛି। ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଯାଜପୁର ଗାଁର ହିତାଧିକାରୀଙ୍କୁ ୧୫କିଲୋ ମାଣ୍ଡିଆ ଦିଆଯାଉଥିବା ବେଳେ ୩୦ କିଲୋର ରସିଦ ଦିଆଯାଉଥିଲା l ଏହାର ପ୍ରତିବାଦ କରି ଲୋକେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

ତେବେ, ନିର୍ବାହୀ ଅଧିକାରୀ ମୋ ହାତରେ କିଛି ନାହିଁ, ତୁମେ ଯାହା କରିବ କର ବୋଲି କହିବା ପରେ ଲୋକେ ଉତ୍ତେଜିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଥିଲେ। ଫଳରେ, ପାରଳାଖେମୁଣ୍ଡିରୁ ମୋହନା ରାସ୍ତା ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା। ଖବର ପାଇ ପାରଳାଖେମୁଣ୍ଡି ଓ ଗୁରାଣ୍ଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଯୋଗାଣ ବିଭାଗ ଅଧିକାରୀ ମଧ୍ୟ ସେଠାରେ ପହଞ୍ଚି ବର୍ତମାନ ମାଣ୍ଡିଆ ନାହିଁ, ଆସିବା ପରେ ବଳକା ଦିଆଯିବ ବୋଲି କହିବା ପରେ ଲୋକେ ରାସ୍ତାରୋକରୁ ହଟିଥିଲେ ଏବଂ ସ୍ଥିତି ସ୍ବାଭାବିକ ହୋଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button