ରାଜ୍ୟ
ମହର୍ଷି କଲେଜରେ ଗୋଷ୍ଠୀ ସଂଘର୍ଷ , ଛାତ୍ରଙ୍କ ଆକ୍ରମଣରେ ସହକାରୀ ଲାଇବ୍ରେରିଆନଙ୍କ ଫାଟିଲା ମୁଣ୍ଡ

ଭୁବନେଶ୍ୱର,୧୧।୧୧ : ମହର୍ଷି କଲେଜରେ ଛାତ୍ର ଅଶାନ୍ତି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଗଣ୍ଡଗୋଳରତ ୨ ଛାତ୍ର ଗୋଷ୍ଠୀଙ୍କୁ ବୁଝାସୁଝା କରିବାକୁ ସହକାରୀ ଲାଇବ୍ରେରିଆନ ଆସିଥିଲେ। ଏହି ସମୟରେ ଛାତ୍ରଙ୍କ ବିୟର ବୋତଲ ମାଡ଼ରେ ସହକାରୀ ଲାଇବ୍ରେରିଆନଙ୍କ ମୁଣ୍ଡ ଫାଟି ଯାଇଛି। ସହକାରୀ ଲାଇବ୍ରେରିଆନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଖବର ପାଇ ଘଟଣା ସ୍ଥଳରେ ସହିଦନଗର ପୋଲିସ ପହଞ୍ଚି ତଦନ୍ତ କରୁଛି।