ରାଜ୍ୟ

ପୋଖରୀକୁ ଗାଧୋଇବାକୁ ଯାଇ ଏକା ସାଙ୍ଗେ ଚାଲିଗଲେ ମା’ ଝିଅ – Kalinga News

[ad_1]

ଉମରକୋଟ୍‌:  ଆଜି ହେଉଛି ପହିଲି ରଜ । ଗାଁ ଠୁ ସହର ଉତ୍ସବ ମୁଖର ପରିବେଶ । ଚାରିଆଡ଼େ ପୋଡ଼ ପିଠା ସାଙ୍ଗକୁ ପାନର ମହକ । ଆଉ ସବୁଠି ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ରଜ ଖୁସିରେ କରୁଛନ୍ତି ମଉଜ । କିନ୍ତୁ ଏହାରି ଭିତରେ ଦେଖିବାକୁ ମିଳିଛି ବଡ଼ ଅଘଟଣ । ସକାଳୁ ସକାଳୁ ମା’ ଝିଅ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ କେ ଜାଣିଥିଲା ସେହି ପୋଖରୀରେ ମା ଝିଅଙ୍କ ସହ ଏମିତି କିଛି ଘଟିଯିବ ବୋଲି । ଝିଅଟି କେଡ଼େ ଖୁସିରେ ମା ସହ ଗାଧୋଇବାକୁ ଯାଇଥିଲା । ଭାବିଥିଲା ମା’ ସହ ଗାଧୋଇ ଆସି ନୂଆ ଡ୍ରେସ୍‌ ପିନ୍ଧି ସଜବାଜ ହୋଇ ରଜ ପାଳିବ । ଆଉ ପିଠା ମିଠା ଖାଇ ସାଙ୍ଗ ମାନଙ୍କ ସହ ଡୋଳି ଖେଳିବାକୁ ଯିବ । ହେଲେ ତାର ଏହି ଆଶା ଆଶାରେ ହିଁ ରହିଗଲା । ସବୁକିଛି ହଠାତ୍‌ କ୍ଷଣକେ ମଉଳିଗଲା । କାରଣ ସେହି ପୋଖରୀରେ ଛକି ବସିଥିଲା ଯମ । ଏକା ସାଥେ ଡାକିନେଲା ମା ଝିଅଙ୍କୁ । ଝିଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା ଝିଅଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୂଜାରୀ ଭରଣ୍ଡି ଗ୍ରାମରେ ଘଟିଛି ।

ଛୋଟ ଝିଅଟି ପାଣିରେ ଗାଧୋଉ ଗାଧୋଉ ହଠାତ୍‌ ଅକାତ ପାଣିରେ ଗୋଡ଼ ଖସି ଯାଇଥିଲା ଆଉ ସେ ଚିତ୍କାର କରି ତା ମାକୁ ଡାକିଥିଲା । ମା ’ ପୋଖରୀ କୂଳରେ ଲୁଗା ସଫା କରୁଥିବା ବେଳେ ଝିଅର ଚିତ୍କାର ଶୁଣି ସହି ପାରି ନଥିଲା । ଝିଅକୁ ବଞ୍ଚାଇବା ପାଇଁ ପ୍ରାଣ ବିକଳେ ତା ପାଖକୁ ଧାଇଁଥିଲା ମା’ । ଆଜି ସକାଳ ପ୍ରାୟ ୧୦ଟା ବେଳେ ଗୀତା ଓ ତାଙ୍କ ଝିଅ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ କରିସ୍ମା ପ୍ରଥମେ ବୁଡ଼ି ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଗୀତା ମଧ୍ୟ ବୁଡ଼ି ଯାଇଥିଲେ।

ଏହି ଘଟଣାକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପନଇଥିବା ବେଳେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗାଁ ଲୋକେ ପୋଲିସ କୁ ଖବର ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଆଜି ପହିଲି ରଜ ଭଳି ଏତେବଡ଼ ଦିନରେ ସାରା ରାଜ୍ୟ ଖୁସିରେ ମଉଜ କରୁଥିବା ବେଳେ ଏଭଳି ଦୁଃଖଦ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ଗୋଟିଏ ପରିବାର ଆଖିରୁ ଲୁହ ଝରୁଛି ।

 

The post ପୋଖରୀକୁ ଗାଧୋଇବାକୁ ଯାଇ ଏକା ସାଙ୍ଗେ ଚାଲିଗଲେ ମା’ ଝିଅ appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button