ରାଜ୍ୟ
ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୧୦ ବଖରା ଘର

ଭୁବନେଶ୍ୱର, ୨୮/୧୦ : ଗଞ୍ଜାମ ଜିଲ୍ଲା କମଳାପଦର ଗାଁରେ ଘଟିଛି ଅଘଟଣ। ଗ୍ୟାସ୍ ସିଲିଣ୍ଡର ଫାଟି ୪ଟି ପରିବାର ର ୧୦ବଖରା ଘର ଗଳି ଯାଇଛି। ଆଜି ଭୋର ସମୟରେ ହଠାତ୍ ଜଣଙ୍କ ଘରେ ଏକ ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ଫଳରେ ହୁତୁହୁତୁ ହୋଇ ନିଆଁ ଜଳିବା ସହ ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡ ଯୋଗୁ ୪ଜଣଙ୍କ ୧୦ ବଖରା ଘର ସମେତ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇ ଯାଇଥିଲା।ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।
ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇ ନ ଥିବା ଜଣାଯାଇଛି। ବାସାହୀନ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।




