ରାଜ୍ୟ

ବାବା ସିଦ୍ଦିକି ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗିରଫ, ମାସେ ପରେ ଧରିଲା ପୋଲିସ

ବାବା ସିଦ୍ଦିକି ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗିରଫ । ଗତକାଲି ତାଙ୍କୁ ଉତ୍ତର ପ୍ରଦେଶର ବହରାଇଚରୁ ଗିରଫ କରିଛି ପୋଲିସ । ଶିବ କୁମାର ନେପାଳ ଖସିଯିବାକୁ ଉଦ୍ୟମ କରୁଥିଲେ । ତାଙ୍କୁ ଧରିବା ପାଇଁ ମୁମ୍ବାଇ ଓ ୟୁପି ପୋଲିସ ମିଳିତ ଅପରେସନ ଚଳାଇଥିଲେ ।

ଶିବ କୁମାର ଅନ୍ୟ ଦୁଇ ଅଭିଯୁକ୍ତ ହରିୟାଣାର ଗୁରନୈଲ ସିଂ ଓ ୟୁପିର ଧର୍ମରାଜ କାଶ୍ୟପଙ୍କ ସହ ମିଶି ବାବା ସିଦ୍ଦିକିଙ୍କୁ ଗୁଳି କରିଥିଲେ ।

ଏହି ଘଟଣା ଅକ୍ଟୋବର ୧୨ରେ ଘଟିଥିଲା । ସିଦ୍ଦିକିଙ୍କୁ ତାଙ୍କ ପୁଅଙ୍କ ଅଫିସ୍ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା । ଏହାପରେ ଗୁରନୈଲ ଓ ଧର୍ମରାଜଙ୍କୁ ପୋଲିସ ତୁରନ୍ତ ଗିରଫ କରିଥିଲା ।

କିନ୍ତୁ ଘଟଣା ପରେ ଶିବ କୁମାର ଖସି ପଳାଇଥିଲେ । ସେ ମଧ୍ୟପ୍ରଦେଶର ଓଁକାରେଶ୍ୱର ଚାଲି ଯାଇଥିଲେ । ସେଠାରେ ସେ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଭେଟିଥିଲେ । ମୁମ୍ବାଇ ପୋଲିସ ତାଙ୍କୁ ଓଁକାରେଶ୍ୱରରେ ଟ୍ରାକ୍ କରିଥିଲା, ହେଲେ ଗିରଫ କରିବାରେ ସଫଳ ହୋଇ ନ ଥିଲା । ପରେ ପୋଲିସ ପାଖାପାଖି ୪୫ ଜଣଙ୍କୁ ଟ୍ରେସ୍ କରିଥିଲା । ଏହି ସମୟରେ ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ସହ ଘନିଷ୍ଠଙ୍କ ଉପରେ ମଧ୍ୟ ନଜର ରଖିଥିଲା ପୋଲିସ ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଯାଞ୍ଚ ସମୟରେ ୪ ଜଣ ଲୋକ ଲଗାତାର ଶିବ କୁମାରଙ୍କ ଯୋଗାଯୋଗରେ ଥିବା ଜଣାପଡ଼ିଥିଲା । ପରେ ପୋଲିସ ଜାଲ ବିଛାଇ ଏହି ୪ ଅଭିଯୁକ୍ତ ଅନୁରାଗ କାଶ୍ୟପ, ଜ୍ଞାନ ପ୍ରକାଶ ତ୍ରିପାଠୀ, ଆକାଶ ଶ୍ରୀବାସ୍ତବ ଓ ଅଖିଳେନ୍ଦ୍ର ପ୍ରତାପ ସିଂଙ୍କୁ ଗିରଫ କରିଥିଲା । ପୋଲିସ ବାବା ସିଦ୍ଦିକି ମାମଲାରେ ମୋଟ ୨୦ ଜଣଙ୍କୁ ଗିରଫ କରିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button