ରାଜ୍ୟ

ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ: ଶ୍ରୀବିଗ୍ରହଙ୍କ ୨୪ ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁ ବିଭୋର

ଭୁବନେଶ୍ବର: ନୂଆପଲ୍ଲୀ କସ୍ତୁରବା ପଡ଼ିଆରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ। ଆଜି ଶ୍ରୀବିଗ୍ରହଙ୍କ ୨୪ ବେଶକୁ ଏକତ୍ର ଦର୍ଶନ କରି ଶ୍ରଦ୍ଧାଳୁ ଆତ୍ମବିଭୋର ହୋଇଛନ୍ତି। ଗତକାଲିର କଳସ ଶୋଭାଯାତ୍ରା ପରେ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଚାଲିଥିବା ବେଳେ ଆଜି ପ୍ରାତଃରୁ ଜଗନ୍ନାଥ ସହସ୍ରନାମ ଗାନ କରଯାଇଥିଲା। ଏହାପରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନଚକ୍ର ଅନୁଷ୍ଠିତ ହୋଇଥିଲା।

ସନ୍ଧ୍ୟାରେ ଭକ୍ତିସଙ୍ଗୀତ, ଅତିଥି ସମ୍ବର୍ଦ୍ଧନା ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ କମିଟି ସଭାପତି ଜଗନ୍ନାଥ ପ୍ରଧାନଙ୍କ ସଭାପତିତ୍ବ ତଥା କାର୍ଯ୍ୟକାରୀ ସଭାପତି ଦିଲୀପ ଶ୍ରୀଚନ୍ଦନଙ୍କ ପରିଚାଳନାରେ ଉପଦେଷ୍ଟା ପ୍ରକାଶ ଶ୍ରୀଚନ୍ଦନ, ସମ୍ପାଦକ ପ୍ରଦୀପ ରାଉତରାୟ, ଉପସଭାପତି ସରୋଜ ବିଶ୍ୱାଳ, ସମାଜସେବୀ ଅର୍ଜୁନ ବେହେରା, ସଂଯୋଜକ ରଞ୍ଜିତ କର୍ମୀ, କର୍ପୋରେଟର୍ ବନ୍ଦିତା ପାଲ୍ ପ୍ରମୁଖ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସନ୍ଥରାମ ନାରାୟଣ ମହାରାଜ, ବାବା ଅମୃତାନନ୍ଦ ଦାସ, ଜଗନ୍ନାଥ ସଂସ୍କୃତି ପ୍ରଚାରକ ରମେଶ ବିଶ୍ୱାଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମନୋରଞ୍ଜନ ଖୁଣ୍ଟିଆ, ସରୋଜ ମଲିକ, ସାଗରିକା ପତି, ସତ୍ୟବ୍ରତ ଜେନା ପ୍ରମୁଖ ସହଯୋଗ କରିଥଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button