ଦେଶ- ବିଦେଶ

ନୀରଜଙ୍କ ନୂଆ ପ୍ରଶିକ୍ଷକ ଜେଲେନ୍‌ଜି

ନୂଆଦିଲ୍ଲୀ: ତିନିଥରର ଅଲିମ୍ପିକ୍ ବିଜେତା ଚେକ୍ ଗଣରାଜ୍ୟର ଜାନ୍ ଜେଲେନ୍ଜି ଭାରତୀୟ ଜାଭ୍ଲିନ୍ ତାରକା ନୀରଜ ଚୋପ୍ରାଙ୍କ ନୂଆ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି। ଚେକ୍ ଗଣରାଜ୍ୟ ଦୌଡ଼କୁଦ ମହାସଂଘ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଗତ କିଛି ମାସ ତଳେ ଜେଲେନ୍ଜିଙ୍କ ସହିତ ସାକ୍ଷାତ ହୋଇଥିଲା ବେଳେ ତାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ନୀରଜ ଅନୁରୋଧ କରିଥିଲେ।

ନୀରଜଙ୍କ ପ୍ରଦର୍ଶନ ବିଷୟରେ ଜେଲେନ୍ଜି ବହୁ ପୂର୍ବରୁ ଜାଣିଥିଲେ ଓ ସେ ଜଣେ ଭଲ ପ୍ରତିଭା ବୋଲି ବିଭିନ୍ନ ସ୍ଥାନରେ ଆଲୋଚନା କରିଛନ୍ତି। ତେଣୁ ନୀରଜଙ୍କ ଅନୁରୋଧ ପରେ ସେ ବହୁତ ଖୁସି ହୋଇଯାଇଥିଲେ ବୋଲି ଜେଲେନ୍ଜି ଏକ ସାକ୍ଷାତକାରରେ କହିଛନ୍ତି। ଏଥି ପୂର୍ବରୁ ନୀରଜଙ୍କୁ ଜର୍ମାନୀର କ୍ଲଜ୍ ବାର୍ତୋନିଜ୍ ପ୍ରଶିକ୍ଷଣ ପ୍ରଦାନ କରୁଥିଲେ।

ଜେଲେନ୍ଜିଙ୍କ ବିଷୟରେ ନୀରଜ କହିଛନ୍ତି, ତାଙ୍କ ଟେକ୍ନିକ୍କୁ ମୁଁ ସବୁବେଳେ ପ୍ରଶଂସା କରିଆସେ। ତାଙ୍କର ଅନେକ ଭିଡିଓ ମୁଁ ଦେଖି ଆସୁଛି। ଅନେକ ବର୍ଷ ଧରି ସେ ଏହି କ୍ରୀଡ଼ାରେ ଶ୍ରେଷ୍ଠ ଖେଳାଳି ମାନ୍ୟତା ପାଇଛନ୍ତି। ତେଣୁ ତାଙ୍କଠୁ ପ୍ରଶିକ୍ଷଣ ନେବା ମୋ ପାଇଁ ବହୁତ ମୂଲ୍ୟ ରଖୁଛି। ଏପରିକି ମୋର ଓ ଜେଲେନ୍ଜିଙ୍କ ଥ୍ରୋ କରିବା ଶୈଳୀ ପାଖାପାଖି ସମାନ ଓ ତାଙ୍କର ଏହି କ୍ରୀଡ଼ାରେ ଥିବା ଜ୍ଞାନ ଅତୁଳନୀୟ ବୋଲି ନୀରଜ କହିଛନ୍ତି। ୫୮ ବର୍ଷୀୟ ଜେଲେନ୍ଜି ୧୯୯୨ ବାର୍ସିଲୋନା ଅଲିମ୍ପିକ୍, ୧୯୯୬ ଆଟ୍ଲାଣ୍ଟା ଅଲିମ୍ପିକ୍, ୨୦୦୦ ସିଡ୍ନି ଅଲିମ୍ପିକ୍ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ୧୯୮୮ ସିଓଲ୍ ଅଲିମ୍ପିକ୍ରେ ରୌପ୍ୟ ପଦକ ପାଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button