ରାଜ୍ୟ

ପଵିତ୍ର ଅଁଳା ନବମୀ ; ରାଧାପାଦ ଦର୍ଶନ ପାଇଁ ସୋରରେ ଶ୍ରଦ୍ଧାଳୁଙ୍କ ଭିଡ

ସୋରୋ ୧୦।୧୧; ଆଜି ପବିତ୍ର ଅଁଳା ନବମୀ । ଅଁଳl ନବମୀ ଉପଲକ୍ଷେ ବିଭିନ୍ନ ମନ୍ଦିର ମାନଙ୍କରେ ଶ୍ରୀ ରାଧା ପାଦ ଦର୍ଶନ ଅନୁଷ୍ଠିତ ହୋଇଯାଇଛି l ଏହି ଦିନ ଶ୍ରଦ୍ଧାଳୁ ମାନେ ଶ୍ରୀ ରାଧା ପାଦ ଦର୍ଶନ କରି ପରିବାର ମଙ୍ଗଳ କାମନା କରିଥାନ୍ତି l

ବାଲେଶ୍ୱର ଜିଲ୍ଲା ସୋର କ୍ଷୀରକୋଣୀ ଗାଁର ଶ୍ରୀ ରାଧାରମଣ ଜୀଉ ମନ୍ଦିରରେ ଶ୍ରୀ ରାଧା ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ l ଏହି ଉପଲକ୍ଷେ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଛି।

ଏହି ଦିନ ଶ୍ରଦ୍ଧାଳୁ ରାଧାପାଦ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ୱ ରହିଛି । ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button