ରାଜ୍ୟ

ଆଜି ବାଲେଶ୍ଵର ପାଳୁଛି ବୀର ଶହୀଦ ବାଘା ଯତୀନ ଙ୍କ ୧୦୯ ତମ ବଳିଦାନ ଦିବସ

ବାଲେଶ୍ଵର : ବୀର ଶହୀଦ ବାଘା ଯତୀନଙ୍କ ଆଜି ହେଉଛି ପୁଣ୍ୟ ତିଥି । ଆଜି ଅର୍ଥାତ ୧୯୧୫ ମସିହା ୧୦ ତାରିଖରେ ଵାଘା ଯତୀନ ତତ୍କାଳିନ ବାଲେଶ୍ଵର ମିଲିଟାରୀ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସହିଦ୍ ବାଘା ଯତୀନ ଏବଂ ତାଙ୍କର ୪ ଜଣ ସାଙ୍ଗ ବ୍ରିଟିଶ ସହ ସମ୍ମୁଖ ଯୁଦ୍ଧରେ ନିଜ ଜୀବନକୁ ଦେଶ ମାତୃକାର ସେବା ଜଳାଞ୍ଜଳି ଦେଇଥିବା ବେଳେ ସେହି ମହାନ ଆତ୍ମାଙ୍କର ବଳିଦାନ କୁ ସ୍ମରଣୀୟ କରିବା ପାଇଁ ବାଲେଶ୍ଵର ରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି ସ୍ମୃତି ଦିବସ ।

ଆଜି ବାଲେଶ୍ଵର ପାଳୁଛି ବୀର ଶହୀଦ ବାଘା ଯତୀନ ଙ୍କ ୧୦୯ ତମ ବଳିଦାନ ଦିବସ। ଆଜି ଅର୍ଥାତ ୧୯୧୫ ମସିହା ସେପ୍ଟେମ୍ବର ୧୦ ତାରିଖରେ ସହିଦ୍ ବାଘା ଯତୀନ ତତ୍କାଳିନ ମିଲିଟାରୀ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ୧୯୧୫ ମସିହାର ଘଟଣା। ଯତୀନ୍ଦ୍ରନାଥ ମୁଖାର୍ଜୀ ଓରଫ୍‌ ବୀର ବାଘାଯତୀନ, ଜତୀଶ ପାଲ, ଚିତ୍ତପ୍ରାୟ ରାୟ ଚୌଧୁରୀ, ମନୋରଞ୍ଜନ ସେନଗୁପ୍ତ, ନରେନ୍ଦ୍ର ନାଥ ଦାସଗୁପ୍ତଙ୍କ ବନ୍ଦେ ମାତରମ୍‌ କ୍ରାନ୍ତିକାରୀ ଦଳ ମାଧ୍ୟମରେ ଇଂରେଜମାନଙ୍କୁ ଦେଶରୁ ହଟାଇବା ପାଇଁ ଆଗକୁ ମାଡ଼ି ଚାଲିଥିଲେ। ଏହାର ନେତୃତ୍ୱ ନେଉଥିଲେ ଯତୀନ୍ଦ୍ରନାଥ ମୁଖାର୍ଜୀ ଓରଫ ବୀର ବାଘାଜତୀନ। ସେତେବେଳେ କ୍ରାନ୍ତିକାରୀ ଦଳ ପଶ୍ଚିମବଙ୍ଗରେ ବ୍ରିଟିଶ ସରକାରର ନିଦ ହଜେଇ ଦେଇଥିଲେ। ଏହି ସଂଗ୍ରାମୀ ମାନେ ବାଘାଯତୀନ ଙ୍କ ନେତୃତ୍ୱରେ ଆନ୍ଦୋଳନକୁ ଆଗେଇ ନେଉଥିଲେ। ଏମାନେ ପଶ୍ଚିମବଙ୍ଗରୁ ଆସି ଓଡ଼ିଶାର ମୟୂରଭଞ୍ଜର କପ୍ତିପଦା ଜଙ୍ଗଲରେ ଆତ୍ମଗୋପନ କରିଥିଲେ। ୧୯୧୫ ମସିହା ସେପ୍ଟେମ୍ବର ୯ ତାରିଖରେ ସେମାନେ ଅସ୍ତ୍ରଶସ୍ତ୍ର ଆଣିବା ପାଇଁ ବାଲେଶ୍ୱର ଚଷାଖଣ୍ଡ ଅଭିମୁଖେ ବାହାରୁଥିବା ସମୟରେ ବ୍ରିଟିଶ ପୁଲିସ୍‌ ଜାଣିପାରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button