ରାଜ୍ୟ
କ୍ୟାପିଟାଲ ହସ୍ପିଟାଲ ବିରୋଧରେ ସାଙ୍ଘାତିକ ଅଭିଯୋଗ, ମହିଳାଙ୍କୁ ଅସଦାଚରଣ କଲେ ସୁରକ୍ଷାକର୍ମୀ

ଭୁବନେଶ୍ଵର, ୨୯/୧୦ : କ୍ୟାପିଟାଲ ହସ୍ପିଟାଲ ବିରୋଧରେ ସାଙ୍ଘାତିକ ଅଭିଯୋଗ। ମହିଳାଙ୍କୁ ଅସଦାଚରଣ କଲେ ସୁରକ୍ଷାକର୍ମୀ। ହସ୍ପିଟାଲର ଜଣେ କାର୍ଯ୍ୟରତ ସୁରକ୍ଷାକର୍ମୀ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏନେଇ ତଦନ୍ତ ଚଳାଇଛି।
ସୂଚନାନୁଯାୟୀ, ନବରଙ୍ଗପୁର ଜିଲ୍ଲାର ଜଣେ ମହିଳାଙ୍କ ସ୍ଵାମୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ସୋମବାର ରାତିରେ ମହିଳାଙ୍କ ସହ ଜଣେ ସୁରକ୍ଷାକର୍ମୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। କ୍ୟାପିଟାଲ ଥାନା ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି। ହସ୍ପିଟାଲର ସିସିଟିଭିକୁ ଯାଞ୍ଚ କରାଯାଉଛି। ପୋଲିସ ସୁରକ୍ଷାକର୍ମୀଙ୍କୁ ପଚରାଉଚରା କରୁଛି।




