ରାଜ୍ୟ

ସମାଜସେବୀ ଶିବଙ୍କୁ ଖଣ୍ଡା ଚୋଟ: ୨ବାଇକ୍‌ରେ ଥିଲେ ୪ଦୁର୍ବୃତ୍ତ

ଭୁବନେଶ୍ବର: ସୋମବାର ରାତି ପ୍ରାୟ ୧୦ଟା ବେଳେ ରାଜଧାନୀର ଜଣାଶୁଣା ସମାଜସେବୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ପଳାସପଲ୍ଲୀରୁ ନବୀନ ନିବାସ ରାସ୍ତାରେ ଏହି ଆକ୍ରମଣ ହୋଇଛି। ୨ ବାଇକ୍ରେ ଥିବା ୪ ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ହାଣି ଗୁରୁତର କରିଛନ୍ତି। ପ୍ରଥମ ଥର ଆକ୍ରମଣରେ ଶିବ ବଞ୍ଚିଯାଇଥିବା ଜାଣିପାରି ଦୁର୍ବୃତ୍ତମାନେ ପୁଣି ଥରେ ପଛକୁ ଫେରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।

କିନ୍ତୁ ଶିବଙ୍କ ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକ ସେଠାକୁ ଧାଇଁ ଆସୁଥିବା ଦେଖି ଦୁର୍ବୃତ୍ତମାନେ ପଳାଇଥିଲେ। ତେଣୁ ଶିବଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଏୟାର୍ପୋର୍ଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି। ସିସିଟିଭି ଫୁଟେଜ୍ରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ଟିମ୍ ଲାଗିପଡ଼ିଛି। ଜଣେ ସମାଜସେବୀଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରିବା ପଛରେ କି କାରଣ ରହିଛି, ତାହାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି।

୨ବାଇକ୍ରେ ଥିଲେ ୪ଦୁର୍ବୃତ୍ତ
ସଫଳ ହେଲାନି ହତ୍ୟା ଯୋଜନା

ରକ୍ତଦାନ ଶିବିର ଆୟୋଜନ କରୁଥିବା ଶିବ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରି ବେଶ୍ ଲୋକପ୍ରିୟ। ପଳାସପଲ୍ଲୀ ଛକରୁ ସେ ସ୍କୁଟି ଯୋଗେ ନବୀନ ନିବାସ ରାସ୍ତାରେ ଯାଉଥିବା ବେଳେ ୨ ବାଇକ୍ ତାଙ୍କ ଆଗକୁ ଆସି ଅଟକିଥିଲା। ଶିବ ବାଧ୍ୟହୋଇ ସ୍କୁଟି ଅଟକାଇଥିଲେ। ହଠାତ୍ ଦୁର୍ବୃତ୍ତମାନେ ଖଣ୍ଡା ବାହାର କରି ତାଙ୍କୁ ହାଣି ପକାଇଥିଲେ। ଫଳରେ ତାଙ୍କ ପିଠି, ଅଣ୍ଟାରେ ୪/୫ ଗଭୀର କ୍ଷତ ହୋଇଥିଲା। ସେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ପଳାଇଥିଲେ। ମାତ୍ର କିଛି ଗଜ ଦୂରରୁ ସେମାନେ ପୁଣି ଫେରିଥିଲେ। ସେତେବେଳକୁ ଶିବଙ୍କ ଚିତ୍କାର ଶୁଣି ଲୋକମାନେ ଧାଇଁ ଆସିଥିଲେ। ତେଣୁ ପଛକୁ ଫେରିଥିବା ଦୁର୍ବୃତ୍ତମାନେ ପୁଣି ବାଇକ୍ ବୁଲାଇ କାର୍ଗିଲ୍ ରୋଡ୍ ଅଭିମୁଖେ ପଳାଇଥିଲେ। ଲୋକମାନଙ୍କ ସହଯୋଗରେ ପୁଲିସ ଶିବଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା। ପରେ ତାଙ୍କୁ ଏମ୍ସକୁ ନିଆଯାଇଥିଲା। ଦୁର୍ବୃତ୍ତମାନେ କିଏ? କ’ଣ ପାଇଁ ଶିବଙ୍କୁ ସେମାନେ ହତ୍ୟା କରିବାକୁ ଆସିଥିଲେ? ସେମାନେ ସୁପାରି କିଲର୍ କି? ଏମିତି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button