ରାଜ୍ୟ

ବର୍ଷା ଦିନେ ଏମିତି ଚଲାନ୍ତୁ ଏସି ; ଖୁବ୍‌ କମ୍‌ ଆସିବ ବିଜୁଳି ବିଲ୍‌.

ନୂଆଦିଲ୍ଲୀ : ରାଜ୍ୟ ସହ ଦେଶର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ବର୍ଷା ଦିନରେ ପ୍ରାୟତଃ ଅଧିକାଂଶ ସମୟରେ ଗୁଳୁଗୁଳି ଅନୁଭବ ହୋଇଥାଏ। ଏସି ବ୍ୟବହାର କରିବା ଦ୍ୱାରା ଏଥିରୁ ଆଶ୍ୱସ୍ତି ମିଳିଥାଏ । ମାତ୍ର ବର୍ଷା ଦିନେ କିଭଳି ଏସି ଚଲାଇବା ଉଚିତ୍‌, ତାହା ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଥାଏ । ଏହାଦ୍ୱାରା ଥଣ୍ଡା କମ୍‌ ଲାଗିବା ଦ୍ୱାରା ବିଜୁଳି ବିଲ୍‌ ମଧ୍ୟ କମ୍‌ ଆସିଥାଏ ।

ଏସିକୁ ମୌସୁମୀ କିମ୍ବା ବର୍ଷା ଦିନରେ ୨୪-୨୬ ଡିଗ୍ରୀ ସେଲସିୟସ ମଧ୍ୟରେ ଚଲାଇବା ଉଚିତ୍‌ । ଏହାଦ୍ୱାରା କକ୍ଷ ସଠିକ୍‌ ମାତ୍ରାରେ ଥଣ୍ଡା ହେବା ସହ ବିଜୁଳି ବିଲ୍‌ ଖୁବ୍‌ କମ୍‌ ଆସିଥାଏ ।

ଏସିକୁ ଡ୍ରାଏ ମୋଡ୍‌ କିମ୍ବା ରେନି ମୋଡରେ ବ୍ୟବହାର କରିବା ଉଚିତ୍‌ ।

..ଯେକୌଣସି ଋତୁ ହେଉ ଏସିକୁ ସଠିକ୍‌ ସମୟରେ ସଫା କରାନ୍ତୁ । ୨ ମାସକୁ ୨ ଥରେ ଏହାକୁ ସଫା କରାନ୍ତୁ । ନିଜେ ମଧ୍ୟ ସଫା କରି ପାରିବେ ।
ଏସି ଚଲାଇବା ସମୟରେ କିଛି ସମୟ ଫ୍ୟାନ୍‌ ମଧ୍ୟ ଚଲାଇ ପାରିବେ । ଏହାଦ୍ୱାରା ସଠିକ୍‌ ଥଣ୍ଡା ଅନୁଭବ ହେବା ସହ ଏସି ଉପରେ ଅଧିକ ପ୍ରଭାବ ପଡିବ ନାହିଁ ।

ଏସି ନିକଟରେ ଉଷ୍ଣତା ପ୍ରଦାନ କରୁଥିବା କୌଣସି ଜିନିଷ ରଖନ୍ତୁ ନାହିଁ । ଏହାର କୁପ୍ରଭାବ ଏସି ଉପରେ ପଡିଥାଏ । ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ ।
ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏସିକୁ ସଫା କରିବା ସହ ନିୟମିତ ରକ୍ଷଣାବେକ୍ଷଣା ଉପରେ ମଧ୍ୟ ଧ୍ୟାନ ଦିଅ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button