ଦେଶ- ବିଦେଶ

ଦୀର୍ଘଦିନ ଧରି ସେକ୍ସ ଠାରୁ ଦୂରେଇ ରହିବା ହୋଇପାରେ ହାନିକାରକ! ଆପଣ ହୋଇପାରନ୍ତି ଏହି ସବୁ ବଡ଼ ସମସ୍ୟାର ଶିକାର

ଖାଇବା ପିଇବା ଏବଂ ଶୋଇବା ଭଳି ସେକ୍ସ ମଧ୍ୟ ଆମ ଜୀବନର ଏକ ପ୍ରମୁଖ ଅଙ୍ଗ ଅଟେ। ନିଜ ପାର୍ଟନରଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଏହା ମଣିଷକୁ ଉଭୟେ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖିଥାଏ। ତେବେ, ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ନ ରଖିଲେ ଆପଣ ଅନେକ ପ୍ରକାରର ଅସୁବିଧା ଏବଂ ରୋଗଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ନିଜ ପାର୍ଟନର୍ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ଶାରୀରରେ ଏକ ଖାସ୍ ପ୍ରକାରର ହରମୋନ୍ ନିର୍ଗତ ହୋଇଥାଏ। ଏହି ହରମୋନ୍ ଆପଣଙ୍କ ଶରୀରରୁ ଥକ୍କାପଣ ହଟାଇବା ସହିତ ଗାଢ଼ ଏବଂ ଭଲ ନିଦରେ ଶୋଇବା ପାଇଁ ସାହାଯ୍ୟ କରିଥାଏ। ତେବେ, ଦୀର୍ଘଦିନ ଧରି ସେକ୍ସ କରିନଥିଲେ ଏହା ଆପଣଙ୍କୁ ଚାପଗ୍ରସ୍ତ କରାଇବା ସହିତ ଚିଡ଼ିଚିଡ଼ା କରାଇ ଦେଇଥାଏ।

ଏକ ରିପୋର୍ଟ ଅନୁଯାଇ ସେକ୍ସ କରିବା ଦ୍ୱାରା ପିରିୟଡ଼ କ୍ରାମ୍ପସ୍, ମାଂସପେଶୀ ଯନ୍ତ୍ରଣା ଗୁଡିକ ମଧ୍ୟ କେତେକାଂଶରେ ଦୂରେଇ ରହିଥାଏ। ଦୀର୍ଘଧରି ସେକ୍ସ ନ କରିଲେ ଗୁପ୍ତାଙ୍ଗ ଟାଣ ହୋଇଯିବା ସହିତ ଏହାର କୋଷଗୁଡ଼ିକ ପତଳା ହେବାର ମଧ୍ୟ ସମ୍ଭାବନା ଅଧିକ ରହିଥାଏ। ନିୟମିତ ବ୍ୟବଧାନରେ ସେକ୍ସ କରିବା ଦ୍ୱାରା ଏହା ମସ୍ତିଷ୍କର ନ୍ୟୁରନ୍ ବିକାଶ ଏବଂ ଆଣ୍ଟିବଡ଼ି ଗଠନରେ ମଧ୍ୟ ସାହାଯ୍ୟ କରିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button