ଦେଶ- ବିଦେଶ

ବର୍ଷର ଏହି ୩ ମାସ ଗର୍ଭଧାରଣ କଲେ ହୋଇଥାଏ ଗର୍ଭରେ ଶିଶୁର ମୃତ୍ୟୁ ଓ ଶିଶୁର ଓଜନ କମ୍ ଭଳି ସମସ୍ୟା, ଜାଣନ୍ତୁ କାହିଁକି

ଗର୍ଭଧାରଣ ସମୟରେ ମହିଳାମାନଙ୍କ ଠାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ। ଗର୍ଭପାତ ଠାରୁ ଆରମ୍ଭ କରି ଜନ୍ମିତ ଶିଶୁର ମୃତ୍ୟୁ ଏବଂ କମ ଓଜନର ଶିଶୁ ଜନ୍ମ ହେବା ଭଳି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ଏହାରି ଭିତରେ ଗର୍ଭଧାରଣକୁ ନେଇ ବୈଜ୍ଞାନିକମାନେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ଆମେରିକାର ଏକ ରିସର୍ଚ୍ଚ ଟିମ୍ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି।

ଏଥିନେଇ ଏହି ରିସର୍ଚ୍ଚ ଟିମ୍ ୬ ହଜ଼ାର ଗର୍ଭବତୀ ମହିଳାଙ୍କୁ ନିଜ ଗବେଷଣାରେ ସାମିଲ କରିଥିଲା। ପ୍ରାୟ ୮ ବର୍ଷ ଧରି ଏହି ଗବେଷଣା ଚାଲିବା ପରେ ଗରମ ପାଣିପାଗ ଗର୍ଭଧାରଣକୁ ପ୍ରଭାବିତ କରୁଥିବା ନେଇ ସେମାନେ ସିଦ୍ଧାନ୍ତରେ ପହଞ୍ଚିଥିଲେ। ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ଗର୍ଭପାତ ହାର ଅଧିକ ରହିଥିବା ଏହି ଗବେଷଣାରୁ ସ୍ପଷ୍ଟ ହୋଇଥିଲା। ଗର୍ଭବତୀ ହେବାର ୮ ସପ୍ତାହ ମଧ୍ୟରେ ମହିଳାଙ୍କ ଠାରେ ଗର୍ଭପାତ ଦେଖା ଦେଉଥିବା ବେଳେ ଫେବୃଆରୀ ମାସ ଅପେକ୍ଷା ଅଗଷ୍ଟରେ ୪୪ ପ୍ରତିଶତ ଅଧିକ ଗର୍ଭପାତ ହେଉଥିବା ଜଣାଯାଇଛି।

ଗରମ ଜଳବାୟୁ ଗର୍ଭଧାରଣ ଉପରେ ପ୍ରଭାବ ପକାଉଥିବା ନେଇ ସ୍ପଷ୍ଟ ହୋଇନଥିଲେ ହେଁ ଗରମ ଅଞ୍ଚଳରେ ରହୁଥିବା ମହିଳାମାନଙ୍କ ଠାରେ ଗର୍ଭପାତର ବିପଦ ଅଧିକ ରହୁଥିବା ରିସର୍ଚ୍ଚରୁ ଜଣାପଡିଛି। ଏହା ବ୍ୟତୀତ ତାପମାତ୍ରା ବଢିଲେ ମହିଳାମାନେ ଡ଼ି-ହାଇଡ୍ରେଟ ହୋଇଥାନ୍ତି ଫଳରେ ସେମାନଙ୍କର ପଲେସେଣ୍ଟାର ବିକାଶ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହା ବ୍ୟତୀତ ଗର୍ଭବତୀ ମହିଳା ମାନଙ୍କୁ ଏହି ସମୟରେ ନିଶା ସେବନ, ଭାରି କାମ କରିବା ଏବଂ ସ୍ମୋକିଂ କରିବା ଠାରୁ ଦୂରେଇ ରହିବା ଉଚିତ।

Related Articles

Leave a Reply

Your email address will not be published. Required fields are marked *

Back to top button