ଡାକ୍ତରଙ୍କ ସହ ଦୈନିକ ପରାମର୍ଶ ପାଇଁ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ – Kalinga News
[ad_1]
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଇନସୁଲିନ୍ ଦେବା ପାଇଁ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଏବଂ ଦୈନିକ ୧୫ ମିନିଟ୍ ଲାଗି ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଅନୁମତି ଦେବା ପାଇଁ କେଜ୍ରିଓ୍ଵାଲଙ୍କ ଆବେଦନକୁ ଦିଲ୍ଲୀ କୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ସବୁ ପକ୍ଷର ଯୁକ୍ତିକୁ ବିସ୍ତୃତ ଭାବେ ଶୁଣିବା ପରେ ଅଦାଲତ ଶୁକ୍ରବାର ରାୟ ସଂରକ୍ଷିତ ରଖିଥିଲେ ଏବଂ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଯଦି କୌଣସି ବିଶେଷ ପରାମର୍ଶ ଆବଶ୍ୟକ ହୁଏ ତେବେ ଜେଲ କର୍ତ୍ତୃପକ୍ଷ ଏମ୍ସ ନିର୍ଦ୍ଦେଶକଙ୍କ ଦ୍ୱାରା ଗଠିତ ଏକ ମେଡିକାଲ ବୋର୍ଡ ସହିତ ପରାମର୍ଶ କରିବେ ଯେଉଁଥିରେ ଜଣେ ଏଣ୍ଡୋକ୍ରିନୋଲୋଜିଷ୍ଟ ଏବଂ ଡାଇବେଟୋଲୋଜିଷ୍ଟ ରହିବେ। ଅରବିନ୍ଦ କେଜ୍ରିୱାଲଙ୍କୁ ଇନସୁଲିନ୍ ଦିଆଯିବ କି ନାହିଁ ତାହା ମେଡିକାଲ ବୋର୍ଡ ନିଷ୍ପତ୍ତି ନେବ। ମେଡିକାଲ ବୋର୍ଡ ନିର୍ଦ୍ଧାରିତ ଖାଦ୍ୟ ଓ ବ୍ୟାୟାମ ଯୋଜନା ଉପରେ ମଧ୍ୟ ନିଷ୍ପତ୍ତି ନେବ ଯାହା ଅନୁସରଣ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ମେଡିକାଲ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଡାଏଟ୍ ପ୍ଲାନରେ ଆଉ କୌଣସି ବିଭ୍ରାଟ ହେବ ନାହିଁ ବୋଲି କୋର୍ଟ କହିଛନ୍ତି।
[ad_2]