ରାଜ୍ୟ

ଚାଷ ଜମି ଫାଟି ଦୁଇ ଫାଳ, ବିଦେଶ ଯିବାକୁ ସଜବାଜ ହେଲେଣି ଚାଷୀ

ଞ୍ଜାମ : ଚାଷୀ ହସିଲେ ଦୁନିଆ ହସିବ । ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷର ଅଧା ମାସ ପରିବାର ସହିତ କ୍ଷେତରେ ଧାନ ଫସଲ କରିଥାଏ । ସେ ନିଜେ ବର୍ଷ ସାରା ଖାଇବା ସହିତ ଦୁନିଆକୁ ଆହାର ଯୋଗାଇ ଥାଏ । କିନ୍ତୁ ଯିଏ ଆହାର ଯୋଗାଉଛି ସେ ଆଜି ନିଜେ ହତାଶ । ଏପରି କିଛି ସମୟ ଆସେ କ୍ଷେତର ଅବସ୍ତା ଦେଖି ଚାଷୀ ହତାସ ହୋଇପଡୁଛି । ସେ ବର୍ଷ ସାରା ଖାଇବ କଣ ?

ଅନ୍ୟକୁ ଆହାର ଯୋଗାଇବ କଣ ? ମହାଜନ ଓ ବ୍ୟାଙ୍କରୁ ଋଣ ଆଣିଥିବା ଟଙ୍କା ସୁଝିବ କିପରି ଏପରି ସମସ୍ଯା ଦେଖାଦେଇଛି । ସୋରଡା ବ୍ଲକର ଅଧିକାଂଶ ପରିବାର ଚାଷ କାମ ଉପରେ ନିର୍ଭର କରି ଚଳିଥାନ୍ତି । ୭୦ ଭାଗ ଜମିରେ ଧାନ ଚାଷ କରିବା ସହିତ ଅନ୍ୟ ଢିପ ,ବାଲିଶିରା ଜମିରେ ପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଯେଉଁମାନେ ଧାନ ଚାଷ କରିଥାନ୍ତି ସେମାନେ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି । ସୋରଡା ବ୍ଲକର ବହୁ ସ୍ଥାନରେ ହରଭାଙ୍ଗି କେନାଲ ଯାଇଛି ସତ କିନ୍ତୁ ବହୁ ସ୍ଥାନରେ ପାଣି ମାଡୁ ନାହିଁ । ଅନ୍ୟ ପଟେ ପାଣିର ଅଭାବ ଯୋଗୁ କେନାଲରେ ମଧ୍ୟ ପାଣି ଆସୁ ନାହିଁ ।

ସୋରଡା ବ୍ଲକର ହୁକୁମା ପଞ୍ଚାୟତର ବ୍ରାହ୍ମଣ କୋତିବାଡି, ଗେଞ୍ଜା, ପେର୍ଜୁ, ଶୁଣ୍ଡିଡିହପଲ୍ଲୀ , କୈଳାସ ପୁର ,ଏବଂ ଭାବାନପୁର ପଞ୍ଚାୟତର ଭଗବାନପୁର , ଗୋପାଳପୁର ଶାସନ ପଞ୍ଚାୟତର ଜୟସିଙ୍ଗ,ରତ୍ନପୁର ,ହରିପୂର ଏହି ଭଳି ଅନେକ ଗ୍ରାମକୁ ହରଭାଙ୍ଗି କେନାଲ ଆସି ନାହିଁ । ଏଠିକାର ଚାଷୀ ବର୍ଷା ପାଣି ଉପରେ ନିର୍ଭର କରି ଧାନ ଚାଷ କରିଥାନ୍ତି । କୋତିବାଡ଼ି ଗ୍ରାମର ଚାଷୀ ଧାର କରଜ କରି ସାର , ଲେବର ଓ ଟ୍ରାକ୍ଟର ଲଗାଇ ଧାନ ଚାଷ କରିଥାଏ । ପରିବାରର ସବୁ ସଦସ୍ୟ ଆଷାଢ ମାସରୁ କ୍ଷେତରେ ଲାଗି ଚାଷ କରିବା ସହିତ ଧାନ ରୋଇଥାନ୍ତି ଏବଂ ତାହାକୁ ସାର ଦେଇ ବଡ କରିଥାନ୍ତି । ଏହି ବର୍ଷ ମଧ୍ୟ ଠିକ ସମୟରେ ଧାନ ଚାଷ କରିଥିଲେ ଯାହା ଆଷାଢ ମାସରେ ଯେଉ ବର୍ଷା ହୋଇଥିଲା ସେଥିରେ ଧାର କରଜ କରି ଧାନ କରିଥିଲେ କିନ୍ତୁ ବର୍ଷାର ଅଭାବ ଯୋଗୁ ବର୍ତ୍ତମାନ ଜମି ଫାଟି ଆଁ କଲାଣି । ଚାଷୀ କ୍ଷେତକୁ ଯାଇ ଦେଖିବା ଲୁହ ଗଡ଼ାଇ ମୁଣ୍ଡରେ ହାତ ଦେଇ ବସୁଛି ଆଉ ହତାସ ହୋଇ ଘରକୁ ଫେରୁଛି ।

ଏ ବର୍ଷ କଣ ଖାଇବ ଏବଂ ପରିବାରକୁ କିପରି ଚଳାଇବ ଧାର କରିଥିବା ଟଙ୍କା କିପରି ସୁଝିବ । କିଛି ଚାଷୀ କ୍ଷେତରେ ସୁଖୀ ଯାଇଥିବା ଧାନ ଗଛକୁ କାଟି ଆଣି ଗାଈ ଗୋରୁଙ୍କୁ ଦେଉଛନ୍ତି । ଏଠିକାର ଚାଷୀ ମରୁଡି ଆଶଙ୍କା କଲେଣି । କିଛି ଚାଷୀ ପରିବାର ଧରି ସଜବାଜ ହେଲେଣି ବିଦେଶ ଯିବାକୁ ତ କିଛି ଚାଷୀ ଧାର କରିଥିବା କରଜ ସୁଝି ନ ପାରିଲେ ଜୀବନ ହାରିବାର ବାଣୀ ଶୁଣାଇଲେଣି । ପ୍ରଶାସନ ଏଥିପ୍ରତି ନଜର ଦେବାକୁ ଚାଷୀ ଦାବି କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button