ରାଜ୍ୟ

ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ

ବିଣିକା,୧୪/୧୦: କଟାପାଲି ଗାଁ ମୁଣ୍ଡରେ ବାଇକ୍କୁ ଧକ୍କା ଦେଲା ଆଉ ଏକ ବାଇକ୍ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ଜଣ ବ୍ୟକ୍ତି । ମୃତ ବ୍ୟକ୍ତି ଦ୍ୱୟ ବିନିକା ଥାନା ଘଣ୍ଟୋପାଳି ଗ୍ରାମର ରାଜେନ୍ଦ୍ର ବାରିକ, ସଚିତା ପଧାନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କଟାପାଲି ଗାଁ ମୁଣ୍ଡରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଦୁଇଜଣ ବ୍ୟକ୍ତି ଗୋଟିଏ ବାଇକରେ କୌଣସି କାମରେ ଲଛିପୂର ଯାଉଥିଲେ ।

ଏହି ସମୟରେ କଟାପାଳି ଛକ ନିକଟରେ ଦୃତ ଗତିରେ ଏକ ବାଇକ ଆସି ପଛପଟୁ ଆସି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଗୁରୁତର ହୋଇଥିଲେ ଦୁଇ ବ୍ୟକ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ବ୍ୟକ୍ତି ଦ୍ୱୟଙ୍କୁ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବିନିକା ଡାକ୍ତରଖାନାରେ ରାଜେନ୍ଦ୍ର ବାରିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସଚିତା ପଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ବୁର୍ଲା ଯାଉଥିବା ସମୟରେ ରାସ୍ତାରେ ସଚିତା ପଧାନଙ୍କ ମୃତ୍ୟୁ ହୋଇଛି । ବିନିକା ଡାକ୍ତରଖାନାରେ ରାଜେନ୍ଦ୍ର ବାରିକଙ୍କ ମୃତ ଦେହ ରଖାଯାଇଥିବା ବେଳେ ସଚିତା ପଧାନଙ୍କ ମୃତ ଦେହ ବୁର୍ଲା ଡ଼ାକ୍ତରଖାନାରେ ରଖାଯାଇଛି । ଏହି ଘଟଣା ସମ୍ୱନ୍ଧରେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button