ରାଜ୍ୟ

କୋଟିପତି ହେବାର ଅଛି ତ ହୋଲିକା ଦହନ ର ଅଗ୍ନିରେ ଚୁପଚାପ ପକେଇ ଦିଅନ୍ତୁ ଏହି 1 ଜିନିଷ, ହେବ ଧନବର୍ଷା- Holi Special

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଫାଲ୍ଗୁନ ମାସ ଆରମ୍ଭରୁ ହିଁ ହୋଲି ପର୍ବ ର ପ୍ରସ୍ତୁତି ଆରମ୍ଭ ହୋଇଯାଏ।ହିନ୍ଦୁ ଧର୍ମ ଅନୁସାରେ ଏହି ଫାଲ୍ଗୁନ ମାସରେ କୌଣସି ମଧ୍ୟ ଶୁଭ କାର୍ଯ୍ୟ କରାଯାଇ ନଥାଏ। କାରଣ ଏହି ସମୟରେ ଭଦ୍ରକାଳ ଙ୍କ ସମୟ ଚାଲିଥାଏ। ଅର୍ଥାତ ଏହି ସମୟରେ ଭଦ୍ରା ଦେବୀ ଙ୍କ କାଳ ଚକ୍ର ଗତି କରିଥାଏ। ଭଦ୍ରା ଦେବୀ ଶନିଦେବ ଙ୍କ ଭଉଣୀ ଏବଂ ସୂର୍ଯ୍ୟ ଦେବତା ଙ୍କ କନ୍ୟା ଅଟନ୍ତି। ତାଙ୍କ ସ୍ୱଭାବ ମଧ୍ୟ ଶନି ମହାରାଜ ଙ୍କ ଭଳି କଠୋର ବୋଲି ମାନା ଯାଇଛି।

ଏହି କାରଣରୁ ଏହି ସମୟ କୌଣସି ଶୁଭ କାର୍ଯ୍ୟ ପାଇଁ ଅନୁକୂଳ ହୋଇନଥାଏ। ତେଣୁ ହୋଲିକା ଦହନ ପରେ ହିଁ ସମସ୍ତ ଶୁଭ କାର୍ଯ୍ୟ ର ଆରମ୍ଭ ହୋଇଥାଏ। ଅନେକ ରଙ୍ଗ ଦ୍ଵାରା ଏକ ନୂତନ ଓ ଶୁଭ ସମୟର ଆଗମନ ହୋଇଥାଏ। ଏହି ବର୍ଷ ୨୮ ମାର୍ଚ୍ଚ ରବିବାର ଦିନ ହୋଲିକା ଦ-ହ-ନ ପଡୁଛି।

ଏହି ଶୁଭ କାର୍ଯ୍ୟ ର ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୬:୩୭ ମିନିଟ ରୁ ନେଇ ୮:୫୬ ମିନିଟ ପର୍ଯ୍ୟନ୍ତ ରହିଛି। ଏହା ପରଦିନ ଅର୍ଥାତ ୨୯ ମାର୍ଚ୍ଚ ରେ ଫାଲ୍ଗୁନ ମାସର କୃଷ୍ଣ ପକ୍ଷ ର ତିଥି ରେ ରଙ୍ଗ ର ପର୍ବ ହୋଲି ପାଳନ କରାଯିବ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ଉପାୟ ସମ୍ବନ୍ଧରେ ଯାହାକୁ ଆପଣ ହୋଲିକା ଦହନ ଦିନ ପ୍ରୟୋଗ କରିବେ। ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣ ଅପାର ଧନର ଅଧିକାରୀ ହେବେ।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣଙ୍କ ଜୀବନ ରେ ଅନେକ ସମସ୍ୟା ର ଆଗମନ ହେଉଛି ଏବଂ ସେହି ସମସ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ତେବେ ଆପଣ ସପରିବାର ଙ୍କ ସହିତ ହୋଲିକା ଦହନ ର ପବିତ୍ର ଅଗ୍ନି ରେ ଦେଶୀ ଘିଅ, ଦୁଇଟି ଲବଙ୍ଗ, ବତାସା, କୁମକୁମ ଏବଂ ଅଗ୍ନି ର ଏଗାରତମ ପରିକ୍ରମା କରି ସେଥିରେ ଶୁଖିଲା ନଡ଼ିଆ ଚଢାଇ ଦିଅନ୍ତୁ ଏବଂ ସପରିବାର ହୋଲିକା ମାତା ଙ୍କ ଆରାଧନା କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ର ଅନ୍ତ ଘଟିବ।

୨. ବନ୍ଧୁଗଣ ଦ୍ବିତୀୟତଃ, ଏହି ସମୟରେ ଅଧିକାଂଶ କଳା ଯାଦୁ ହୋଇଥାଏ। ଯଦି ଆପଣଙ୍କୁ ମଧ୍ୟ ଲାଗୁଛି ଯେ ଆପଣଙ୍କ ସହିତ ମଧ୍ୟ ଏପରି ହୋଇଛି ତେବେ ଆପଣ ହୋଲିକା ଦହନ ର ସକାଳୁ ଏକ କଳା କପଡ଼ା ରେ ଅଳ୍ପ କିଛି କଳା ରାଶି କୁ ରଖି ବାନ୍ଧି ଦିଅନ୍ତୁ ଏବଂ ଏହାକୁ ସନ୍ଧ୍ୟା ରେ ହୋଲିକା ଦହନ ସମୟରେ ହୋଲିକା ଦହନ ର ପବିତ୍ର ଅଗ୍ନି ରେ ପକାଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ପଡ଼ିଥିବା କଳା ଯାଦୁ ନଷ୍ଟ ହୋଇଯିବ ଏବଂ ଭଗବାନ ନରସିଂହ ଙ୍କ କୃପା ରୁ କେହି ମଧ୍ୟ ଆପଣଙ୍କ କିଛି ବିଗାଡ଼ି ପାରିବେ ନାହିଁ।

୩. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣଙ୍କ ମନରେ ଶତ୍ରୁ ପ୍ରତି ଭୟ ରହିଛି ଅଥବା ଆପଣ କୌଣସି ରୋଗରେ ବହୁତ ଦିନ ଧରି ପୀଡ଼ିତ ରହିଛନ୍ତି ତେବେ ଆପଣ ହୋଲିକା ଦହନ ଦିନ ଗୋମତି ଚକ୍ର ଆଣି ହୋଲିକା ଦହନ ର ଅଗ୍ନି ଚାରି ପାଖରେ ସାତ ଥର ବୁଲନ୍ତୁ ଏବଂ ସେହି ଗୋମତି ଚକ୍ର କୁ ସେହି ପବିତ୍ର ଅଗ୍ନି ରେ ପକାଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ସମସ୍ତ ରୋଗ ର ଅନ୍ତ ହେବ ଏବଂ ଶତ୍ରୁ ଭୟ ର ଦମନ ମଧ୍ୟ ହେବ।

୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣଙ୍କ ବ୍ୟାପାର ରେ କ୍ଷତି ହେଉଛି ଏବଂ ପରିବାର ରେ ମଧ୍ୟ କଲହ ସୃଷ୍ଟି ହେଉଛି ତେବେ ଆପଣ ହୋଲିକା ଦହନ ର ଭସ୍ମ କୁ ଆଣି ସେଥିରେ ଅଳ୍ପ ଲୁଣ ମିଶାଇ ନିଜର ବ୍ୟାପାର ସ୍ଥାନରେ ରଖି ଦିଅନ୍ତୁ ଅଥବା ଘରେ ତୁଳସୀ ଗଛ ର ମାଟିରେ ମିଶାଇ ରଖି ଦିଅନ୍ତୁ ଏବଂ ସେଠାରେ ପ୍ରତିଦିନ ଦୀପ ଜଳାନ୍ତୁ। ଆପଣ ସ୍ୱୟଂ ଦେଖିବେ ଆପଣଙ୍କ ବ୍ୟାପାର ରେ ଉନ୍ନତି ହେବ ଏବଂ ପାରିବାରିକ ଜୀବନ ସୁଖମୟ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button