ରାଜନୀତି

ବିଜେଡି ନେତାଙ୍କୁ ଗିରଫର ପ୍ରତିବାଦ, ଦଳ ପକ୍ଷରୁ ଖୁଣ୍ଟୁଣୀ ଥାନା ଘେରାଉ

ଠଗଡ଼ ୦୫।୧୦ : ବିଜୁ ଜନତା ଦଳ ପକ୍ଷରୁ ଖୁଣ୍ଟୁଣୀ ଥାନା ଘେରାଉ । ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସଂପାଦକ ରଞ୍ଜନ ଜେନାଙ୍କୁ ଖୁଣ୍ଟୁଣୀ ପୋଲିସ ଉଠାଇ ଆଣିବା ପ୍ରତିବାଦରେ ବିଜେଡି ପକ୍ଷରୁ ଥାନା ଘେରାଉ ହୋଇଛି । ଏହାସହ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛି ଆଠଗଡ଼ ବିଜେଡି ।

ଖବର ଅନୁଯାୟୀ, ଗତ ୧ ତାରିଖରେ ଖୁଣ୍ଟୁଣୀ ଥାନା ଆଗରେ ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭା ପକ୍ଷରୁ ୧୧ ଦଫା ଦାବି ନେଇ ଚାଲିଥିଲା ଆନ୍ଦୋଳନ ।

ଏହି ସମୟରେ ବିଜେପି କର୍ମୀ ଓ ଶ୍ରମିକମାନଙ୍କ ମଧ୍ୟରେ ପୋଲିସ ଉପସ୍ଥିତିରେ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଖୁଣ୍ଟୁଣୀ ପୋଲିସ ଆଠଗଡ଼ ବିଜେଡିର ସଂପାଦକଙ୍କୁ ଉଠାଇ ଆଣି ଅଟକ ରଖିଛି । ତେବେ ବିଜେପି କର୍ମୀଙ୍କୁ ଗିରଫ ଏବଂ ରଞ୍ଜନ ଜେନାଙ୍କୁ ଛାଡିବା ଦାବି କରି ବିଜେଡି ପକ୍ଷରୁ ଚାଲିଛି ଆନ୍ଦୋଳନ । ଖୁଣ୍ଟୁଣୀ ଥାନା ପୋଲିସ ଆଗରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button