ରାଜନୀତି

​ଧାରାର ବିପରୀତ ଏକଜିଟ ପୋଲ୍ – ୨ଟି ରାଜ୍ୟ ନିର୍ବାଚନରେ ହାରିବ ବିଜେପି

ଡେସ୍କ: ଜାମ୍ମୁ କାଶ୍ମୀର ଏବଂ ହରିୟାଣାରେ ସୁରୁଖୁରୁରେ ମତଦାନ ଶେଷ ହେବା ପରେ ଏକଜିଟ ପୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶାସକ ଦଳ ବିଜେପି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନଙ୍କଠାରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରାଦେଶିକ ନିର୍ବାଚନ ହାରିପାରେ ବୋଲି ଆକଳନ କରାଯାଇଛି। ଜାତୀୟ ନିର୍ବାଚନରେ ବିଜେପି ଖରାପ ପ୍ରଦର୍ଶନ କରିବା ପରେ ଦଳକୁ ଆଉ ଏକ ଝଟକା ଲାଗିପାରେ ବୋଲି ଆକଳନ କରାଯାଇଛି।

ହରିୟାଣାରେ ଏକଜିଟ୍ ପୋଲରେ କଂଗ୍ରେସକୁ ସ୍ପଷ୍ଟ ଫାଇଦା ମିଳିବାକୁ ଥିବା ଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଏକଜିଟ୍ ପୋଲ ହରିୟାଣାରେ ବିଜେପିର ଏକ ଦଶନ୍ଧି ଶାସନର ଅନ୍ତକୁ ସୂଚାଉଛି। ଜମ୍ମୁ-କଶ୍ମୀରରେ ମଧ୍ୟ ବିରୋଧୀମାନେ ଆଗୁଆ ରହିଥିବା ଏକଜିଟ୍ ପୋଲ ଦର୍ଶାଇଛି।

ବିଭିନ୍ନ ପର୍ଯ୍ୟାୟ ପରେ ଶନିବାର ଶେଷ ହୋଇଥିବା ନିର୍ବାଚନ ନିମନ୍ତେ ମଙ୍ଗଳବାର ଭୋଟ୍ ଗଣତି ହେବ ଏବଂ ସେହିଦିନ ଫଳାଫଳ ପ୍ରକାଶ ପାଇବ। ଶନିବାର ବିଳମ୍ବିତ ରାତିରେ ଏକଜିଟ ପୋଲ୍ ଫଳାଫଳ ପ୍ରକାଶ ପାଇଛି।

ପୂର୍ବରୁ ଜୁନ ମାସରେ ହୋଇଥିବା ସାଧାରଣ ନିର୍ବାଚନ ପରବର୍ତ୍ତୀ ଏକଜିଟ୍ ପୋଲରେ ମୋଦୀଙ୍କ ବିଜେପି ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଆକଳନ କରାଯାଇଥିଲା, କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଥିଲା ଓ ସଂଖ୍ୟାଗରିଷ୍ଠତା ହାସଲ କରିବା ଏବଂ ମେଣ୍ଟ ସରକାର ଗଠନ ପାଇଁ ବିଜେପିକୁ ଆଞ୍ଚଳିକ ଦଳ ଉପରେ ନିର୍ଭର କରିବାକୁ ପଡ଼ିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button