ଦେଶ- ବିଦେଶ

ଆତଙ୍କୀ ଅଡ୍ଡା ଉପରେ NIAର ବଡ ଆକ୍ସନ୍‌, ଜମ୍ମୁ କାଶ୍ମୀର-ମହାରାଷ୍ଟ୍ର ସମେତ ୫ ରାଜ୍ୟରେ ରେଡ୍‌, ଜୈଶ୍‌-ଏ-ମହମ୍ମଦ ସହ ରହିଛି ଲିଙ୍କ୍‌

ନୂଆଦିଲ୍ଲୀ ୦୫।୧୦: ଆତଙ୍କୀ ଅଡ୍ଡା ଉପରେ NIAର ବଡ ଆକ୍ସନ୍ । ଦେଶ ବିରୋଧି ଗତିବିଧି ପାଇଁ NIA ଜାମ୍ମୁ କାଶ୍ମୀର ଏବଂ ମହାରାଷ୍ଟ୍ରର ୫ଟି ରାଜ୍ୟରେ କରିଛି ଚଢାଉ । NIA ମୋଟ ୨୨ଟି ସ୍ଥାନରେ ଚଢାଉ କରିଛି । ଏହି ସମୟରେ ୪ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ।

ଏହି ୪ଜଣଙ୍କ ମଧ୍ୟରେ ମହାରାଷ୍ଟ୍ରର ଜାଲନା ଜିଲ୍ଲାରୁ ୨ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଜଣଙ୍କୁ ଛତ୍ରପତି ସମ୍ୱାଜୀ ନଗରରୁ ଏବଂ ଅନ୍ୟ ଜଣଙ୍କୁ ମାଲେଗାଓଁରୁ ଅଟକ ରଖାଯାଇଛି ।

ବର୍ତ୍ତମାନ ୪ଜଣଙ୍କୁ ପଚରାଉଚରା କରାଯାଉଛି । ସୂଚନାନୁସାରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦଙ୍କ ସହ ଏହି ୪ଜଣଙ୍କର ସମ୍ପର୍କ ରହିଛି।

ଜାମ୍ମୁ କାଶ୍ମୀର ବାରାମୁଲ୍ଲା ଉପରେ NIA ମଧ୍ୟ ରେଡ୍ କରିଛି । ଜାମ୍ମୁକାଶ୍ମୀର ଏବଂ ମହାରାଷ୍ଟ୍ର ବ୍ୟତୀତ ରାଜଧାନୀ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଆସାମରେ NIA ଚଢାଉ ଜାରି ରଖିଛି । ଏହାପୂର୍ବରୁ NIA ୨୮ ଜୁନ୍ ୨୦୨୪ରେ ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଚଢାଉ କରିଥିଲା। ୨୦୨୧ ବିଶାଖାପାଟନମ୍ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ NIA ପଦକ୍ଷେପ ନେଇଥିଲା। ଏହି ଚଢାଉ ସମୟରେ NIA ମୋବାଇଲ୍ ଫୋନ୍ ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଡକ୍ୟୁମେଣ୍ଟ ଜବତ କରିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button