ବ୍ରହ୍ମପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ହେଲେ ରଶ୍ମିରଂଜନ – Kalinga News

[ad_1]
୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା, ରମେଶଙ୍କ ବିରୋଧରେ ଲଢ଼ିବ କିଏ?
ବ୍ରହ୍ମପୁର: କଂଗ୍ରେସ ତରଫରୁ ବ୍ରହ୍ମପୁର ଲୋକସଭା ପାଇଁ ରଶ୍ମିରଂଜନ ପଟ୍ଟନାୟକଙ୍କ ନାମ ଘୋଷଣା ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ତନ୍ମଧ୍ୟରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ରମେଶ ଜେନା ପୁଣିଥରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ବାଦ୍ ଦେଲେ ଅନ୍ୟ ୫ଟି ଆସନ ପାଇଁ କଂଗ୍ରେସ ତରଫରୁ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇଛି। ଭଞ୍ଜନଗର ବିଧାନସଭା ପାଇଁ ପ୍ରଶାନ୍ତ କୁମାର ବିଷୋୟୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ପୋଲସରାରୁ ଅଗସ୍ତି ବରାଡ଼, କବିସୂର୍ଯ୍ୟନଗରରରୁ ଚିରଞ୍ଜୀବୀ ବିଷୋୟୀ, ସୋରଡ଼ାରୁ ହରିକୃଷ୍ଣ ରଥ ଓ ଚିକିଟିରୁ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରା ପ୍ରାର୍ଥୀ ରହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଆସନ ପାଇଁ କଂଗ୍ରେସ ତରଫରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ। ସେହିପରି ଅନ୍ୟ ୭ଟି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ କିଏ ହେଉଛି ତାହା ଦେଖିବାକୁ ରହିଲା। ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାରେ କେବଳ ସାନଖେମୁଣ୍ଡି ବିଧାନସଭା ଆସନ କଂଗ୍ରେସ କବ୍ଜାରେ ରହିଛି। ଏଥର ମଧ୍ୟ ଏହି ଆସନରୁ ବିଧାୟକ ରମେଶ ପ୍ରାର୍ଥୀ ହେବେ। ହେଲେ ଆଜି ପର୍ଯ୍ୟନ୍ତ ବିଜେଡି ଓ ବିଜେପି ତରଫରୁ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ଏହି ନିର୍ବାଚନମଣ୍ଡଳୀ ଦଖଲ କରିବା ତିନିଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। କଂଗ୍ରେସ ରମେଶଙ୍କୁ ପ୍ରାର୍ଥୀ କରିଥିବା ବେଳେ ପୁଣିଥରେ ଗଡ଼ ଦଖଲ ପାଇଁ ଉଦ୍ୟମ କରିବ।
ସେହିପରି ବିଜେଡି ୨୦୧୯ ସାଧାରଣ ନିର୍ବାଚନରେ ସାନଖେମୁଣ୍ଡିକୁ ବାଦ୍ ଦେଲେ ଜିଲ୍ଲାର ୧୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ଦଖଲ କରିଥିଲା। ଏଥର ୧୩ଟି ଯାକ ନିର୍ବାଚନମଣ୍ଡଳୀ ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ବିଜେଡି ଜିଲ୍ଲା ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିସାରିଛନ୍ତି। ସେପଟେ ବିଜେପି ମଧ୍ୟ ଏହି ଆସନ ଦଖଲ କରି ଖାତା ଖୋଲିବା ଅପେକ୍ଷାରେ ରହିଛି। ଏଣୁ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ତିନିଦଳ ପାଇଁ ଏବେ ଏସିଡ୍ ଟେଷ୍ଟ୍ ସଦୃଶ ହୋଇଛି।
[ad_2]