ଜ୍ୟୋତିଷ

ଆଜି ଆମେ ଏକ ରୋଚକ ତଥ୍ୟ ଆପଣଙ୍କୁ କହିବାକୁ ଯାଉଛୁ । ଆମେ ଆପଣଙ୍କୁ କହିବୁ କି, ଯେଉଁ ମାନଙ୍କ ନାମ ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନଙ୍କ ପ୍ରେମ, ସ୍ଵଭାବ ଓ କ୍ଯାରିୟର କିପରି ରହିଥାଏ । ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିଙ୍କ ସ୍ଵଭାବ, ବ୍ୟକ୍ତିତ୍ଵ ଓ ଭବିଷ୍ୟତ ବିଷୟରେ ଅନେକ କଥା ଜଣା ପଡିଥାଏ । ତେଣୁ ଜ୍ଯୋତିଷ ଅନୁଯାୟୀ S ନାମର ବ୍ୟକ୍ତି ମାନଙ୍କ ବିଷୟରେ ଏହି ଖାସ କଥା ଆମେ ଆପଣଙ୍କୁ କହିବୁ । କହି ରଖୁଛୁ ଯେ S ନାମର ବ୍ୟକ୍ତିମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ କଥାରେ ଏତେ ଧନୀ ଅଟନ୍ତି ଯେ ସାମ୍ନା ବାଲା ସେମାନଙ୍କ ଆଡକୁ ଆକର୍ଷିତ ହୋଇ ଆସିଯାନ୍ତି । ଏହି ଲୋକମାନେ ଜ୍ଞାନ ପାଇଁ ବହୁତ ଭୋକିଲା ଅଟନ୍ତି । ଅର୍ଥାତ ଯେଉଁଠି ଜ୍ଞାନ ମିଳେ ତାକୁ ହାସଲ କରିବାକୁ ଏମାନେ ଚେଷ୍ଟା କରିଥାନ୍ତି । ଏହି ଲୋକଙ୍କ ହୃଦୟ ବହୁତ ସଫା ହୋଇଥାଏ । କିନ୍ତୁ ଅନେକ ସମୟରେ ଏମାନଙ୍କ କ୍ରୋଧ ହିଁ ଅନ୍ୟ ମାନଙ୍କ ସାମ୍ନାରେ ଏମାନଙ୍କୁ ଖରାପ ସାବିତ କରିବାକୁ ବାଧ୍ୟ କରିଥାଏ । ଏହି S ନାମର ଲୋକମାନେ ସତ୍ୟ ଓ ସେମାନଙ୍କ ସିଦ୍ଧାନ୍ତ ଠାରୁ କେବେ ଦୂରେଇ ଯାଆନ୍ତି ନାହିଁ । ଏଥିପାଇଁ ସେମାନେ ଯାହା ସହ ମଧ୍ୟ ଝଗଡା କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ଏମିତି ଲୋକମାନେ ସବୁବେଳେ ନିଜକୁ ବଡ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଥାନ୍ତି । ନିଜ ଜୀବନରେ ଏମାନେ ଅତ୍ୟନ୍ତ ହସମୁଖ ଏବଂ ମେଳାପୀ ସ୍ଵଭାବର ହୋଇଥାନ୍ତି । ପାର୍ଟି ଓ ଫଙ୍କସନ ମାନଙ୍କରେ ଏମାନେ ଅତ୍ୟଧିକ ଲାଭ ଉଠାଇଥାନ୍ତି । ଏହି ଲୋକମାନେ ବହୁତ ରଚନାତ୍ମକ ହେବାସହ ଯେକୌଣସି କାର୍ଯ୍ୟକୁ ଅଲଗା ଅନ୍ଦାଜରେ କରିବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ । ଏମାନେ କେବେବି ଭିଡରେ ଚାଲିବାକୁ ଭଲ ପାଆନ୍ତି ନାହିଁ । ନିଜର ଉତ୍ତମ ବୁଝାମଣା ଯୋଗୁଁ ଏମାନେ ଯେକୌଣସି ସମସ୍ଯାକୁ ଦୂର କରିବାରେ ସକ୍ଷମ ହୋଇଥାନ୍ତି । ନିଜର ବ୍ୟକ୍ତିଗତ ଜିନିଷ ଅନ୍ୟମାନଙ୍କ ସହ ଶେୟାର କରିବାକୁ ଏମାନେ ବିଲକୁଲ ପସନ୍ଦ କରନ୍ତି ନାହିଁ । ଏମିତି ଲୋକମାନେ ପ୍ରେମ ମାମଲାରେ କିନ୍ତୁ ଅଳ୍ପ ଲାଜକୁଳା ହୋଇଥାନ୍ତି । ଏମାନେ ବହୁତ ଭାବିଥାନ୍ତି କିନ୍ତୁ ପ୍ରେମ ମାମଲାରେ ପ୍ରଥମେ ଆଗକୁ ଯାଇ ନଥାନ୍ତି । ଏହି ଲୋକମାନେ ଯାହାକୁ ପ୍ରେମ କରନ୍ତି ତାଙ୍କ ସହ ଅଧିକ ନିବିଡ ମଧ୍ୟ ହୋଇଯାନ୍ତି । ଏମାନେ ବୈବାହିକ ଜୀବନରେ ନିୟନ୍ତ୍ରଣ ନିଜ ହାତରେ ରଖିବାକୁ ଚେଷ୍ଟା କରନ୍ତି । କୌଣସି କାରଣରୁ ଏମାନଙ୍କ ଦାଂପତ୍ଯ ଜୀବନରେ ଅନେକ ଥର ତାଳମେଳ କମ୍ ଦେଖା ଦେଇଥାଏ । ଏହି S ନାମର ମହିଳାମାନେ ନିଜ ବୈବାହିକ ଜୀବନରେ ଅଧିକ ପ୍ରଭାବୀ ରହିବାର ସମ୍ଭାବନା ରହିଥାଏ । ତେଣୁ ଅନେକ ସମୟରେ ବିବାହ ପରେ ଏମାନଙ୍କୁ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏହି ନାମର ପୁରୁଷଙ୍କ ଜୀବନ ବିବାହ ପରେ ଅତ୍ୟନ୍ତ ସୁଖଦାୟକ ହୋଇ ଯାଇଥାଏ । ଏହି ଲୋକମାନେ ନିଜ ଏକାଗ୍ରତା ଓ ପରିଶ୍ରମରେ ଧନ ସମ୍ପଦ, ମାନ ସମ୍ମାନ ଓ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି ।

ନମସ୍କାର ବନ୍ଧୁଗଣ, ନାରୀର ପରିଚୟ ପାଇବା ପାଇଁ ଭଗବାନ ନାରୀକୁ ମାସିକ ଧର୍ମ ପ୍ରଦାନ କରିଛନ୍ତି । ଏହା ତ ସମସ୍ତ ନାରୀଙ୍କୁ ହୋଇଥାଏ ପ୍ରତି ମାସରେ ତେଣୁ ଏହା ଏକ ସାଧାରଣ କଥା ବୋଲି ସମସ୍ତେ ଭବିଥାନ୍ତି । ତେବେ ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏହି ମାସିକ ଧର୍ମ ସମୟରେ ଅନେକ କିଛି କାମ ରହିଛି ଯାହାକୁ ନାରୀମାନେ କରିବା ଅନୁଚିତ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ସେହିସବୁ କାମ ସମ୍ପର୍କରେ ଯେଉଁ

ସବୁ କାମକୁ ନାରୀ ମାନେ ନିଜର ମାସିକ ଧର୍ମ ସମୟରେ କରିବା ଅନୁଚିତ ।

ପ୍ରଥମ: ମାସିକ ଧର୍ମ ସମୟରେ ଆପଣ ଗାଧୁଆ ଘରେ ବେଶୀ ସମୟ ରହିବା ଅନୁଚିତ । କାରଣ ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କ ପାଇଁ ପରେ ସମସ୍ୟା ସୃଷ୍ଟି କରିପାରେ । ଏହାର କାରଣ ଏହା ହୋଇଥାଏ କି ଟଇଲେଟରେ ଥିବା ବ୍ୟକ୍ଟେରିଆ ତାଙ୍କ ଶରୀର ଭିତରକୁ ପ୍ରବେଶ କରିଥାନ୍ତି । ଯାହାଫଳରେ ଭବିଷ୍ୟତରେ ଅନେକ ରୋଗ ହୋଇଥାଏ ।

ଦ୍ଵିତୀୟ: ଆପଣ ମାସିକ ଧର୍ମ ସମୟରେ ଅଧିକ ଚାହା ପିଇବା ଉଚିତ ନୁହେଁ । ଏହି ଚାହାର ସେବନ ମହିଳା ମାନଙ୍କ ଅଣ୍ଟାରେ ହେଉଥିବା କଷ୍ଟକୁ ବଢାଇଥାଏ । ତୃତୀୟ: ଯଦି ଆପଣ ମାସିକ ଧର୍ମ ସମୟରେ ମଦ୍ୟପାନ କରନ୍ତି ତେବେ ଆପଣଙ୍କ ମୁଣ୍ଡ ବିନ୍ଦା ହେବା ସହ ଆପଣଙ୍କ ମୁଡ ବାରମ୍ବାର ବଦଳିଥାଏ ଆପଣଙ୍କ ଭିତରେ ବେଶୀ ରାଗ ଆସିଥାଏ ।

ଚତୁର୍ଥ: ଆପଣ ମାସିକ ଧର୍ମ ସମୟରେ ସିଗାରେଟ ଟାଣିବା ଆପଣଙ୍କ ପାଇଁ କ୍ଷତିକାରୀ ସାବ୍ୟସ୍ତ ହୋଇପାରେ । ଯଦି ମହିଳା ମାନେ ଏହି ସମୟରେ ସିଗାରେଟ ଟାଣନ୍ତି ତେବେ ତାଙ୍କୁ ଏହି ସମୟରେ ଅତ୍ୟଧିକ କଷ୍ଟ ଅନୁଭବ ହୋଇଥାଏ । ପଞ୍ଚମ: ବେଶି ମିଠା ଖାଇବା ଅନୁଚିତ । କାରଣ ବେଶି ମିଠା ଖାଇବା ଫଳରେ ଶରୀରରେ ହରମୋନ ମାତ୍ରା କମିଯାଏ । ଯାହା ଫଳରେ ମାସିକ ଧର୍ମ ସମୟରେ ବହୁତ ଅଧିକ କଷ୍ଟ ଏବଂ ଚିଡି ଚିଡା ଅନୁଭବ ହୋଇଥାଏ ।

ଷଷ୍ଠ: ଅଧିକ ଲୁଣ ଖାଇବା ଉଚିତ ନୁହେଁ । କାରଣ ଅଧିକ ଲୁଣ ଖାଇବା ଫଳରେ ପ୍ରାୟ ମହିଳାଙ୍କର ପେଟ ଫୁଲିବା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଆପଣ ନିଜର ମାସିକ ଧର୍ମ ସମୟରେ ଲୁଣରେ ତିଆରି ହୋଇଥିବା କୌଣସି ଜିନିଶା ଖାଇବା ଅନୁଚିତ । ସପ୍ତମ: କିଛି ମହିଳା ମାସିକ ଧର୍ମ ସମୟରେ ହେଉଥିବା କଷ୍ଟ ପାଇଁ ଖାଦ୍ୟ ଖାଇ ନଥାନ୍ତି । କିନ୍ତୁ ଏହା କରିବା ଫଳରେ ଆପଣଙ୍କ ଶରୀରରେ ଏସିଡ କମ ହୋଇଯାଏ ଯାହାଫଳରେ ମହିଳାମାନେ କମଜୋର ହୋଇଯାନ୍ତି ।

ଅଷ୍ଟମ: ମାସିକ ଧର୍ମ ସମୟରେ ରାତିରେ ଭଲରେ ଶୋଇବା ଦରକାର । କାରଣ ଯଦି ଆପଣ ଭଲରେ ନ ସୋଇବେ ତେବେ ଆପଣଙ୍କ ମାସିକ ଧର୍ମ ସମୟ ବଢିପାରେ । ଆପଣଙ୍କୁ ଥକାପଣ ଅନୁଭବ ହୋଇପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button