ଦେଶ- ବିଦେଶ

କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ‘ଅପରେସନ ଗୁଗଲଧର’ରେ ୨ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପଓ୍ବାରାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଭାରତୀୟ ସେନାର ‘ଅପରେସନ ଗୁଗଲଧର’ରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ସୁରକ୍ଷାବଳ ପକ୍ଷରୁ ଏକ ବୟାନ ଜାରି କରି ସୂଚନା ଦିଆଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର ଚାଲିଛି ।

ସୂଚନା ଅନୁଯାୟୀ, ଶନିବାର ସକାଳୁ କୁପଓ୍ବାରାରେ ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ମିଳିଭାବେ ‘ଅପରେସନ ଗୁଗଲଧର’ ଆରମ୍ଭ କରିଥିଲା ।

ଏହି ସମୟରେ ଏଲଓସିରେ ୨ଜଣ ଆତଙ୍କବାଦୀ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଭାରତୀୟ ସେନାର ଯବାନଙ୍କୁ ଦେଖି ଅତର୍କିତ ଗୁଳି ବିନିମୟ କରିଥିଲେ । ଏହାର ଜବାବ ଦେଇଥିଲା ସୁରକ୍ଷାବଳ । ପାଲଟା ଆକ୍ରମଣରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏବେବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସେପଟେ ଶୁକ୍ରବାର କୁପଓ୍ବାରାରେ ଏକ ବାରୁଦ ସୁଡ଼ଙ୍ଗରେ ବିସ୍ଫୋରଣ ହେବା ଫଳରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଜଣେ ସେନା ଅଧିକାରୀଙ୍କ କହିବା ଅନୁଯାୟୀ, ଉତ୍ତର କାଶ୍ମୀର ଜିଲ୍ଲାର ସୀମାକୁ ଲାଗି କରିଥିବା ତ୍ରହଗ୍ରାମ ନକଟରେ ଗୁଗଲଦାର ନିକଟରେ ଏହି ସୁଡ଼ଙ୍ଗ ଦେଖିବାକୁ ମିଳିଥିଲା । ଏଥିରେ ବାରୁଦ ଭର୍ତ୍ତି ହୋଇଥିଲା । ଭାରତୀୟ ସେନାର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଦୁଇ ଆହତ ଯବାନଙ୍କୁ ଡ୍ରଗମୁଲ୍ଲା ସ୍ଥିତ ସେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button