ରାଜନୀତି

ଶିଳ୍ପ ହବ୍‌ ହେବାକୁ ଯାଉଛି ଓଡ଼ିଶା- ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଶିଳ୍ପ ହବ୍‌ ହେବାକୁ ଯାଉଛି ଓଡ଼ିଶା। ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା ହେବା ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି। ୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍ଲେଭ ହେବାକୁ ଯାଉଛି। ସେମିକଣ୍ଡକ୍ଟର, ପେଟ୍ରୋ-କେମିକାଲ୍ସ, ଆଇଟିରେ ବିନିଯୋଗ ହେବାର ସମ୍ଭାବନା ରହିଥିବା ବେଳେ ଗ୍ରୀନଏନଜ୍ରିରେ ମଧ୍ୟ ବିନିଯୋଗ ବଢିବ।

ଏହା ୨୦୩୬ରେ ସମୃଦ୍ଧ ଓଡ଼ିଶା ଓ ୨୦୪୭ରେ ବିକଶିତ ଓଡ଼ିଶା ଗଠନ ପାଇଁ ନିଶ୍ଚିତ ଭାବେ ଏହା ସୁଦୃଢ ମୂଳଦୁଆ ପକାଇବ। ଉତ୍କଷ୍ଟ ଓଡ଼ିଶା କନକ୍ଲେଭ୍‌ରେ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିଛନ୍ତି। ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବାଣିଜ୍ୟ କମିଶନର, ହାଇକମିଶନର ଓ କୂଟନୀତିଜ୍ଞ ମଧ୍ୟ ଉପସ୍ଥିତ ରହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button