ମନୋରଞ୍ଜନ

ସ୍ବଦେଶୀ ଗେମ୍‌ ‘ଫୌ-ଜି: ଡୋମିନେସନ୍‌’

ମ୍ପ୍ରତି ସମଗ୍ର ଏସିଆରେ ଉଭୟ ରାଜସ୍ବ ଓ ଗେମର୍ ସଂଖ୍ୟା ଦୃଷ୍ଟିରୁ ଭାରତ ହେଉଛି ସବୁଠୁ ଦ୍ରୁତ ପ୍ରଗତିଶୀଳ ଅନ୍ଲାଇନ୍ ଗେମ୍ ବଜାର। ମୋବାଇଲ୍ ଫୋନ୍, କମ୍ପ୍ୟୁଟର ଓ କନ୍ସୋଲ୍ ଗେମ୍କୁ ମିଶାଇ ଚଳିତବର୍ଷ ଭିଡିଓଗେମ୍ ବାବଦରେ ମୋଟ ରାଜସ୍ବ ୯୪.୩ କୋଟି ଡଲାର ହେବ ବୋଲି ଆକଳନ କରାଯାଉଛି, ଯାହା ଗତବର୍ଷ ତୁଳନାରେ ୧୩.୬ ପ୍ରତିଶତ ଅଧିକ।

ଆସନ୍ତା ବର୍ଷକୁ ତାହା ଶହେ କୋଟି ଡଲାର ଟପିଯିବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ କମ୍ପାନି ‘ନଜାରା ଟେକ୍ନୋଲୋଜିଜ୍’ ଏକ ସୁଟର୍ ଗେମ୍ ‘ଫୌ-ଜି: ଡୋମିନେସନ୍’ ପ୍ରାୟ ତିନି ସପ୍ତାହ ତଳେ ଗୁଗଲ୍ ପ୍ଲେ ଷ୍ଟୋର୍ରେ ପ୍ରାକ୍-ପଞ୍ଜୀକରଣ ପାଇଁ ଉପଲବ୍ଧ କରାଇଥିଲା।

ପ୍ରାୟ ଦଶ ଲକ୍ଷ ଆଗ୍ରହୀଙ୍କୁ ଏହା ଆକର୍ଷିତ କରିସାରିଲାଣି। ଦୁଇଟି ପାଞ୍ଚଜଣିଆ ଦଳ ଦ୍ବାରା ଖେଳାଯାଉଥିବା ଏହି ଅନ୍ଲାଇନ୍ ଗେମ୍ରେ ଭାରତୀୟ ଚରିତ୍ରମାନେ ଅତ୍ୟାଧୁନିକ ସାମରିକ ସରଞ୍ଜାମରେ ସଜ୍ଜିତ ହୋଇ ପରସ୍ପର ସହ ଲଢ଼ିବାର ବ୍ୟବସ୍ଥା ରହିଛି। ଏହି ବନ୍ଧୁକ ଚାଳନା ଗେମ୍ଟି ଭାରତୀୟ କ୍ରୀଡ଼ା ପ୍ରବୀଣ ବିଶାଳ ଗୋଣ୍ଡାଲଙ୍କ ମନୋରଞ୍ଜନ ଫାର୍ମ ଏନ୍କୋର ଦ୍ବାରା ଅଧିକୃତ ‘ଫୌ-ଜି’ର ଅଂଶବିଶେଷ। ଲୋକପ୍ରିୟ ସିନେ ତାରକା ଅକ୍ଷୟ କୁମାର ହେଉଛନ୍ତି ଉକ୍ତ ଫ୍ରାଞ୍ଚାଇଜିର ଅଭିଜ୍ଞ ଉପଦେଷ୍ଟା। ସମ୍ପ୍ରତି ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଗୁଗଲ ପ୍ଲେ ଷ୍ଟୋରରେ ଏହାର ପ୍ରାକ୍-ପଞ୍ଜୀକରଣ ଚାଲିଥିବା ବେଳେ ଖୁବ୍ ଶୀଘ୍ର ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଆପ୍ ଷ୍ଟୋରରେ ମଧ୍ୟ ଅନୁରୂପ ସୁବିଧା ମିଳିପାରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button