ବାପା ଓ ମା’ଙ୍କୁ ଛାଡ଼ି ବିଦେଶ ଚାଲିଯିବେ ଆରଧ୍ୟା – Kalinga News

[ad_1]
ନୂଆଦିଲ୍ଲୀ: ପିଲାଟି ଦିନରୁ ଆଜିପର୍ଯ୍ୟନ୍ତ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏ ଓ ଅଭିନେତା ଅଭିଷେକ ବଚ୍ଚନ ଘରୁ ବାହାରି କୌଣସି ସ୍ଥାନକୁ ଯିବା ସମୟରେ ତାଙ୍କ ଝିଅ ଅରଧ୍ୟାଙ୍କ ହାତ କେବେ ବି ଛାଡ଼ି ନାହାନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସେ ଜନ୍ମଦିନ ଭୋଜି ହେଉ କି ବିବାହ ଉତ୍ସବ କି ଅନ୍ୟ କୌଣସି କାର୍ଯ୍ୟକ୍ରମରେ ସବୁବେଳେ ମା’ଐଶ୍ବର୍ଯ୍ୟ ନଚେତ ବାପା ଅଭିଷେକ ଆରଧ୍ୟାଙ୍କ ହାତ ଧରି ଯାଉଥିବା ଦେଖିବାକୁ ମିଳିଛି। ତେବେ ଖବର ମିଳିଛି କି ଆରଧ୍ୟା ଜେଜେବାପା ଅମିତାଭ ବଚ୍ଚନ , ଜେଜେମା’ ଜୟାବଚ୍ଚନ ଏବଂ ବାପା ଓ ମା’ଙ୍କୁ ଛାଡ଼ି ବିଦେଶ ଚାଲିଯିବେ।
ବିଦେଶ ଯିବାର କାରଣ ହେଉଛି ଆରଧ୍ୟା ତାଙ୍କର ଆଗାମୀ ପାଠପଢ଼ା ବିଦେଶରେ ହିଁ କରିବେ। ସମ୍ପ୍ରତି ଆରଧ୍ୟା ଧୀରୁଭାଇ ଅମ୍ବାନି ସ୍କୁଲରେ ପାଠପଢ଼ୁଛନ୍ତି। ଚଳିତ ପରୀକ୍ଷା ଶେଷ ହେବା ପରେ ଆରଧ୍ୟା ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଯିବେ। ଏହାପରେ ସେ ଲଣ୍ଡନ ନଚେତ ନ୍ୟୁୟର୍କରେ ତାଙ୍କର ଆଗାମୀ ପାଠପଢ଼ା ପାଇଁ ଯୋଜନା ରଖିଛନ୍ତି। ଆରଧ୍ୟା କେବେ ବିଦେଶ ଯିବେ ସେନେଇ ସୁନିଶ୍ଚିତ ତାରିଖ ଏଯାବତ ଜଣାପଡ଼ିନାହିଁ।
ଏହି ଖବର ସାମ୍ନାକୁ ଆସିବା ପରେ ଲୋକେ ପ୍ରଶ୍ନ କରିଛନ୍ତି, ଅନ୍ୟ ଷ୍ଟାରକିଡଙ୍କ ଭଳି ଆରଧ୍ୟାଙ୍କୁ ଏକା ଯାଉଥିବା କେବେ ଦେଖିବାକୁ ମିଳିନାହିଁ। ସବୁବେଳେ ସେ ତାଙ୍କ ବାପା ଓ ମା’ଙ୍କ ଛତ୍ରଛାୟା ତେଳେ ଚାଲି ଥାଆନ୍ତି। ଏଭଳି ସମୟରେ ଏକମାତ୍ର ସନ୍ତାନ ଥିବା ଆରଧ୍ୟା ବିଦେଶ ଚାଲିଗଲେ ବାପା ଅଭିଷେକ ଓ ମା’ ଐଶ୍ବର୍ଯ୍ୟାଙ୍କୁ ନିଶ୍ଚୟ ଦୁଃଖ ଲାଗିବ।
ଏହି କ୍ରମରେ କିଛିଲୋକ ଟ୍ରୋଲ କରି କହିଛନ୍ତି, ବାପା ଓ ମା’ଙ୍କ ହାତ ଧରି ସବୁବେଳେ ଚାଲୁଥିବା ଝିଅ ବିଦେଶରେ ଏକା ରହି ପାରିବ ତ?
[ad_2]