ନତାଶାଙ୍କ ସହ ଏଲଭିସଙ୍କ ଡେଟିଂ! ହାର୍ଦ୍ଦିକଙ୍କ ପୂର୍ବତନ ପତ୍ନୀ ନତାଶାଙ୍କ ସହ ବିଗବସ୍ ଓ୍ୱିନର ଏଲଭିସ

ଇଣ୍ଡିଆନ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶାଙ୍କ ଜୀବନରେ ନୂଆ ଏଣ୍ଟ୍ରି। ପ୍ରବେଶ କରିଛନ୍ତି ଏଲଭିସ ଯାଦବ। ନତାଶାଙ୍କ ସହ ଏଲଭିସଙ୍କୁ ଏକାଠି ବୁଲୁଥିବାର ଦେଖିବାକୁ ମିଳୁଛି। ନତାଶାଙ୍କୁ ଡେଟିଂ କରୁଥିବାର ନଜରକୁ ଆସିଛି। ନତାଶା ଜଣେ ରୁଷୀୟ ମଡେଲ୍। ଭାରତକୁ ଆସିବା ପରେ ଟିଭି ସିରିଏଲରେ କାମ କରିଥିଲେ। ପରେ କ୍ରିକେଟର ହାର୍ଦ୍ଦିକଙ୍କୁ ବିବାହ କରିଥିଲେ। ଏଲଭିସ ହେଉଛନ୍ତି ବିଗ ବସ୍ ଓଟିଟି-୩ର ଓ୍ୱିନର। ଖ୍ୟାତିସମ୍ପନ୍ନ ୟୁଟ୍ୟୁବର। ହାର୍ଦ୍ଦିକଙ୍କର ୩୧ତମ ଜନ୍ମଦିନରେ ନତାଶା ଏଲଭିସଙ୍କ ସହ ଭିଡିଓ ସେୟାର କରିଛନ୍ତି। ଉଭୟ ରୋମାଣ୍ଟିକ ଅନ୍ଦାଜରେ ନଜରକୁ ଆସିଛନ୍ତି। ତେବେ ଏଭଳି ଭାଇରାଲ ଭିଡ଼ିଓ ସେମାନଙ୍କର ନୂଆ ମ୍ୟୁଜିକ ଭିଡ଼ିଓ କାଲା କରକେ ଉପରେ ଆଧାରିତ ଅଟେ ବୋଲି କୁହାଯାଉଛି। ନତାଶା-ଏଲଭିସଙ୍କୁ ଏକାଠି ଦେଖି ୟୁଜର୍ସ କଡ଼ା ସମାଲୋଚନା କରିଛନ୍ତି ସୋସିଆଲ ମିଡିଆରେ। ଉଭୟଙ୍କୁ ଟ୍ରୋଲ କରାଯାଇଛି। ତେବେ ଅସଲ କଥା ହେଉଛି, ଉଭୟଙ୍କର ନୂଆ ପ୍ରୋଜେକ୍ଟ ସୁଟିଂର ଏହା ଏକ ପାର୍ଟ। ଦୁହେଁ ଗୋଟି଼ଏ ଆଲବମରେ ସୁଟିଂ କରୁଛନ୍ତି। ଏମିତିରେ ହାର୍ଦ୍ଦିକ ଓ ନତାଶାଙ୍କ ଭିତରେ ୪ ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗିସାରିଛି। ଗଲା ଜୁଲାଇରେ ହିଁ ଉଭୟ ନିଜ ନିଜର ସୋସିଆଲ ମିଡିଆ ଜରିଆରେ ସହମତିରେ ହିଁ ପରସ୍ପରଠୁ ଅଲଗା ହେଉଛନ୍ତି ବୋଲି ସୂଚନା ଦେଇଥିଲେ। ପୁଅ ଅଗସ୍ତ୍ୟର ଭରଣପୋଷଣର ଦାୟିତ୍ୱ ଉଭୟ ବହନ କରିବେ। ହାର୍ଦ୍ଦିକ ଓ ନତାଶାଙ୍କ ଭିତରେ ମେ ୩୧, ୨୦୨୦ରେ ବିବାହ ହୋଇଥିଲା। ପୁଅର ଜନ୍ମ ପରେ ୨୦୨୩ରେ ଉଦୟପୁରରେ ଗ୍ରାଣ୍ଡ୍ ଓ୍ୱେଡିଂ ସେରିମନି ହୋଇଥିଲା।