ରାଜ୍ୟ

ସୋଆ ପକ୍ଷରୁ କୋଲକାତାରେ “ଆଲିସିପ୍‌ ପ୍ଲସ୍‌ ପ୍ଲସ୍‌’, ସାମିଲ ହେଲେ କର୍ପୋରେଟ୍‌ ଜଗତର ନେତୃବୃନ୍ଦ

ଭୁବନେଶ୍ୱର,୦୧/୧୦: କର୍ପୋରେଟ ଜଗତର ନେତୃବୃନ୍ଦ ତଥା ମାନବ ସମ୍ବଳ ଅଧିକାରୀମାନଙ୍କୁ ନେଇ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି (ସୋଆ) ପକ୍ଷରୁ କୋଲକାତାଠାରେ ଲିଡରସିପ କନ୍କ୍ଲେଭ “ଆଲିସିପ୍ ପ୍ଲସ ପ୍ଲସ’ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ହକି ତାରକା ଗୁରବକ୍ସ ସିଂହ ଓ ଦେଶର ପ୍ରସିଦ୍ଧ ଫୁଟବଲ ଖେଳାଳୀ ଗୌତମ ସରକାର ମୁଖ୍ୟ ଆକର୍ଷଣ ଥିଲେ ।

ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମେଣ୍ଟର ସତ୍ୟପ୍ରକାଶ କ୍ରିଷ୍ଣା ଓ ସୋଆର ପୂର୍ବତନ ଛାତ୍ର ତଥା ଆଇଏଏସ୍ ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତି ଏଥିରେ ଯୋଗ ଦେଇଥିଲେ । ଶ୍ରୀ ମହାନ୍ତି ବର୍ତ୍ତମାନ ପଶ୍ଚିମବଙ୍ଗ ସରକାରଙ୍କ ମତ୍ସ୍ୟଚାଷ ବିଭାଗ ନିର୍ଦ୍ଦେଶକ ତଥା ଏସ୍ଏଫ୍ଡିସିର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ । ଶିକ୍ଷା ଓ କର୍ପୋରେଟ ଜଗତ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଏହି କନେ୍କ୍ଲଭର ମୂଳ ଲକ୍ଷ୍ୟ । ସୋଆର କର୍ପୋରେଟ ରିଲେସନ୍ସ ଓ ପ୍ଲେସମେଣ୍ଟ ବିଭାଗ ଡିନ୍ ଡ. ରାଜ ହୋତା କାର୍ଯ୍ୟକ୍ରମର ଆବାହକ ରହିଥିବା ବେଳେ ଏଥିରେ ବିଶ୍ୱବିଦ୍ୟାଳୟର ଏସ୍ଆର୍ଆଇସି ଡିନ୍ ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଓ କର୍ପୋରେଟ ରିଲେସନ୍ସ ଡେପୁଟି ଡାଇରେକ୍ଟର କାଜଲ ପଣ୍ଡା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ବେଙ୍ଗାଲୁରୁ ଓ ହାଇଦ୍ରାବାଦଠାରେ ଅନୁଷ୍ଠିତ ହୋଇସାରିଛି । କାର୍ଯ୍ୟକ୍ରମରେ ଦୁଇଟି ପ୍ୟାନେଲ ଆଲୋଚନା ହୋଇଥିଲା ।

ଗୋଟିଏ ଆଲୋଚନାରେ ଏନ୍ଆର୍ଆଇ ଫିନ୍ଟେକର୍ ଉପସଭାପତି ବ୍ରିଷ୍ଟି ମଣ୍ଡଳ, ଲେକ୍ସମାର୍କ ଇଣ୍ଡିଆର କଣ୍ଟ୍ରି ଏଚ୍ଆର୍ ମ୍ୟାନେଜର ରଶ୍ମିତା ପରିଜା, ଫର୍ଚ୍ୟୁନ୍ ୫୦୦ କମ୍ପାନୀର ଡିଇଆଇ ପରାମର୍ଶଦାତା ସୁମିତ ଅଗ୍ରୱାଲ, ସ୍ପ୍ଲାଇସ୍ ଏଚ୍ଆର୍ ୱର୍କ୍ସର ସିଇଓ ଏବଂ ପ୍ରତିଷ୍ଠାତା ନଦୀମ କାଜିମ୍, ପ୍ରାଇସ୍ ୱାଟରହାଉସ୍ କୁପରର କ୍ଲାଉଡ୍ ଏବଂ ଡିଜିଟାଲ୍ ପରିଚାଳନା ନିର୍ଦ୍ଦେଶକ ସୁଦୀପ୍ତ ରାୟ ଏବଂ ସ୍ୱୟଂର ଅମ୍ରିତା ଦାସଗୁପ୍ତା ଯୋଗ ଦେଇଥିଲେ । ପ୍ରଦୀପ ବନ୍ଦୋପାଧ୍ୟାୟଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଆଲୋଚନାରେ ଡବ୍ଲ୍ୟୁଆଇସିସିଆଇର ସଭାପତି ଟୁମ୍ପା ସରକାର, ଭୋଡାଫୋନର ଦେବଲୀନା ରାୟ ଓ ରିଲାଏନ୍ସ ଜିଓ ଇନ୍ଫୋକମର ଡେପୁଟି ଜେନେରାଲ ମ୍ୟାନେଜର ସୌରଭ ରାୟ ଯୋଗ ଦେଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button