ରାଜ୍ୟ

ଭାଲେଣ୍ଟାଇନ୍‌ ସ୍ପେଶାଲ, ସାଥିଙ୍କୁ ବନାଇ ଖୁଆନ୍ତୁ ଚକୋଲେଟ ସିଙ୍ଗଡା

ପ୍ରେମର ସପ୍ତାହ ଚାଲୁଛି। ଚାରି ଆଡେ ପ୍ରେମୀ ଯୁଗଳ ଏହି ସପ୍ତାହକୁ ପାଳନ କରୁଛନ୍ତି। ପ୍ରେମୀ ନିଜ ସାଥିଙ୍କୁ ଇମ୍ପ୍ରେସ କରିବା ପାଇଁ ଅନେକ ପ୍ରକାର ପ୍ଲାନ କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ରେସିପି ବିଷୟରେ ଜଣାଇବୁ ଯାହାକୁ ବନାଇ ନିଜ ସାଥିଙ୍କୁ ଖୁଆଇଲେ ଆପଣଙ୍କ ପ୍ରେମ ନୀବିଡତା ହେବା ସହିତ ସମ୍ପର୍କରେ ମଧୁରତା ଖେଳିଯିବ।

ଆବଶ୍ୟକ ସାମଗ୍ରୀ

-ଏକ କପ୍‌ ମଇଦା

-ଏକ ଚାମଚ ବେକିଂ ପାଉଡର

ସିଙ୍ଗଡା ଭିତରେ ଭରିବା ପାଇଁ ମସଲା

-୩/୪ କପ୍‌ କୋରା ଚକୋଲେଟ

-୧/୪ କପ୍‌ କ୍ରୀମ ବା ଫେଣ୍ଟା ହୋଇଥିବା ମଲାଇ

-୨ ଚାମଚ କାଜୁ କଟା ହୋଇଥଚିବା

-୧/୪ କପ୍‌ ଚିନି ପେଶା ହୋଇଥିବା

-ଛାଣିବା ପାଇଁ ତେଲ

-ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ମଇଦାରେ ବେକିଂ ପାଉଡର , ଲୁଣ ଏବଂ ପାଣି ପକାଇ ଅଟା ଭଳି ଦଳି ଦିଅନ୍ତୁ। ଏହାକୁ ଚକଟି ଗୋଟେ ଘଣ୍ଟା ପଯ୍ୟର୍ନ୍ତ ରଖିଦିଅନ୍ତୁ।

-ଏକ ଘଣ୍ଟା ପରେ ମଇଦା ଗୋଲାକୁ ପତଳା କରି ବେଲି ଦିଅନ୍ତୁ। ଏବେ ଏହାକୁ ଲମ୍ବା କରି କାଟି ଦିଅନ୍ତୁ।

-ଏହାପରେ ଭରିବା ପାଇଁ ରଖିଥିବା ସାମଗ୍ରୀକୁ ଆଉ ଥରେ ଚଲାଇ ଦିଅନ୍ତୁ।

-ଏହି ମିଶ୍ରଣକୁ ଗୋଟେ ଗୋଟେ ଚାମଚରେ ନେଇ ବେଲି ରଖିଥିବା ମଇଦା ଗୋଲା ଭିତରେ ଭରନ୍ତୁ।

-ଏହାକୁ ତ୍ରିକୋଣ ଆକାର ଦେଇ ଚାରିପଟକୁ କ୍ଷୀରର ଉପଯୋଗ କରି ଚାପି ଦିଅନ୍ତୁ। ଏପରି କଲେ ସିଙ୍ଗଡାର ମୁହଁ ଫାଟିବ ନାହିଁ।

-ଏବେ ଏକ କଡାରେ ତେଲ ଗରମ କରି ଧୀମା ଆଞ୍ଚରେ ଛାଣି ଦିଅନ୍ତୁ। ଏବେ ଏହା ଭଲଭାବେ ଛାଣି ହୋଇଗଲା ପରେ ବାହାରକୁ କାଢ଼ି ଦିଅନ୍ତୁ।

-ଏବେ ଆପଣଙ୍କର ସ୍ପେଶାଲ ଚକୋଲେଟ ସିଙ୍ଗଡା ପ୍ରସ୍ତୁତ ହୋଇଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button