ରାଜ୍ୟ

ଆନନ୍ଦ ଟପ୍ପୋଙ୍କ ହତ୍ୟା ମାମଲା: ୬ ମାସରେ ସରିଲାନି ତଦନ୍ତ, ଦ୍ୱିତୀୟ ଥର ପାଇଁ ରୁଜୁ ହେଲା ଅଦାଲତ ଅବମାନନା

ଟକ,୦୧/୧୦: ରାଉରକେଲାର ଆନନ୍ଦ ଟପ୍ପୋଙ୍କୁ ହତ୍ୟା ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ୬ ମାସରେ ଶେଷ ହୋଇପାରିଲାନାହିଁ । ତଦନ୍ତ ୬ ମାସରେ ଶେଷ ହେବା ନେଇ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ଶେଷ ନହେବାରୁ ଦ୍ୱିତୀୟ ଥର ପାଇଁ ଅଦାଲତ ଅବମାନା ମାମଲା ଦାଏର ହୋଇଛି ।

ଆନନ୍ଦ ଟପ୍ପୋଙ୍କ ବାପା ବିନ୍ଧାଣୀ ଟପ୍ପୋ ଏହି ମାମଲା ରୁଜୁ କରିବା ସହ କ୍ରାଇମ୍ବ୍ରାଞ୍ଚ୍ ଅଧିକାରୀଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା ରୁଜୁ ନହେବ ସେ ସଂକ୍ରାନ୍ତରେ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ଅଦାଲତଙ୍କୁ ପ୍ରାର୍ଥନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଆନନ୍ଦ ଟପ୍ପୋଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ତାଙ୍କ ପରିବାର ପକ୍ଷରୁ ଭୁବନେଶ୍ୱର ଇନ୍ଫୋସିଟି ଥାନାରେ ଏତଲା ଦିଆଯାଇଥିଲା । ଏହି ହତ୍ୟା ପଛରେ ହକି ଖେଳାଳୀ ବୀରେନ୍ଦ୍ର ଲାର୍କା ଏବଂ ତାଙ୍କ ବାନ୍ଧବୀଙ୍କ ହାତ ରହିଥିଲା ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ୍ କୌଣସି ପଦକ୍ଷେପ ନନେବାରୁ ବିନ୍ଧାଣୀ ଟପ୍ପୋ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ କ୍ରାଇମ୍ବ୍ରାଞ୍ଚ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ । ଅଦାଲତଙ୍କ ଆଦେଶ ଦେବାର ପ୍ରାୟ ଗୋଟେ ବର୍ଷ ବିତିଯାଇଥିଲାବେଳେ ତଦନ୍ତରେ ବିଶେଷ କୌଣସି ଅଗ୍ରଗତି ଘଟିନଥିଲା ।

ଫଳରେ ବିନ୍ଧାଣୀ ଟପ୍ପୋ ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ଏହି ଅଦାଲତ ଅବମାନନା ମାମଲାର ଶୁଣାଣି ଅବସରରେ ତତ୍କାଳୀନ କ୍ରାଇମ୍ବ୍ରାଞ୍ଜ୍ ଆଇଜି ସେଫିନ୍ ଅହମ୍ମଦ ଗତ ମାର୍ଚ୍ଚ ୨୨ ତାରିଖରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ତଦନ୍ତ ୬ମାସ ମଧ୍ୟରେ ଶେଷ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୬ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତଦନ୍ତରେ ବିଶେଷ କୌଣସି ଅଗ୍ରଗତି ଘଟିନଥିବାରୁ ଆବେଦନକାରୀ ପୁନର୍ବାର ଅଦାଲତ ଅବମାନନା ମାମଲା ରୁଜୁ କରି

Related Articles

Leave a Reply

Your email address will not be published. Required fields are marked *

Back to top button