ରାଜ୍ୟ

ସୋଆ ପରିଦର୍ଶନ କଲେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ସୁବାସ ଚନ୍ଦ୍ର ପରିଜା

ଭୁବନେଶ୍ୱର,୦୧/୧୦: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସୁବାସ ଚନ୍ଦ୍ର ପରିଜା ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଆମନ୍ତ୍ରିତ ହୋଇ ସେ ବିଶ୍ୱବିଦ୍ୟାଳୟକୁ ଆସିଥିଲେ । ପ୍ରଫେସର ନାୟକ ସୋଆ ପରିଚାଳିତ ଆଇନ ମହାବିଦ୍ୟାଳୟ ସୋଆ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଲ (ସ୍ନିଲ୍) ପାଠ୍ୟକ୍ରମ, ଶୈକ୍ଷିକ ବ୍ୟବସ୍ଥା ଓ ଭିତ୍ତିଭୂମି ବିଷୟରେ ଜଷ୍ଟିସ୍ ପରିଜାଙ୍କୁ ଅବଗତ କରିଥିଲେ ।

ସ୍ନିଲ୍ର ଶିକ୍ଷା ବ୍ୟବସ୍ଥା ଓ ଗୁଣବତ୍ତାକୁ କିଭଳି ଉନ୍ନତ କରାଯାଇପାରିବ ଓ ଏହି ଶିକ୍ଷାନୁଷ୍ଠାନ ବିଶ୍ୱସ୍ତରରେ ନିଜକୁ ପ୍ରତିପାଦିତ କରିପାରିବ ସେ ବିଷୟରେ ଜଷ୍ଟିସ୍ ପରିଜା ଦିଗଦର୍ଶନ ଦେଇଥିଲେ । ଗତବର୍ଷ ସେ ସ୍ନିଲ୍ ପରିଦର୍ଶନରେ ଆସି ଏହାର ମୁଟକୋର୍ଟ କମ୍ପେ୍ଲକ୍ସକୁ ଉଦ୍ଘାଟନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ସ୍ନିଲ୍ ଚଳିତବର୍ଷ ଏନ୍ଆଇଆର୍ଏଫ୍ରେ ଦେଶରେ ନବମ ସ୍ଥାନ ଅଧିକାର କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button