ଦେଶ- ବିଦେଶ

କାହିଁକି ସାଉଥ ଇଣ୍ଡିଆନ ଫିଲ୍ମରେ କାମ କରିବାକୁ ଡରନ୍ତି ସାହିଦ କପୁର? IIFA ଇଭେଣ୍ଟରେ କଲେ ଖୁଲାସା

ନ୍ତର୍ଜାତୀୟ ଭାରତୀୟ ଫିଲ୍ମ ଏକାଡେମୀ (IIFA) ପୁରସ୍କାର ୨୦୨୪ ଆରମ୍ଭ ହୋଇଯାଇଛି । ଏହି ଇଭେଣ୍ଟ ୨୭ ସେପ୍ଟେମ୍ବରରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ସାଉଥରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ପ୍ରତ୍ୟକ ସେଲିବ୍ରିଟି ଏହି ଆୱାର୍ଡ ଫଙ୍କସନ୍ ପାଇଁ ଆବୁଧାବିରେ ପହଞ୍ଚିଛନ୍ତି । ଏହି ଆୱାର୍ଡ ଫଙ୍କସନ୍ ଇଭେଣ୍ଟରେ ଜାଭେଦ ଅଖତର, ଶବାନା ଆଜମୀ, କ୍ରିତି ସାନନ, ସାହିଦ କପୁର, ମୃନାଲ ଠାକୁର, ଅନନ୍ୟା ପାଣ୍ଡେ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସମେତ ବହୁ ବଡ଼ ବଡ଼ ସେଲିବ୍ରିଟି ଯୋଗ ଦେଇଛନ୍ତି ।

ତେବେ ଏହି ସମୟରେ ସାହିଦ କପୁର ପ୍ରକାଶ କରିଛନ୍ତି ଯେ ସେ ସାଉଥ ଫିଲ୍ମରେ କାହିଁକି କାମ କରନ୍ତି ନାହିଁ?

ଆୱାର୍ଡ ଫଙ୍କସନ୍ ଇଭେଣ୍ଟରେ ସାହିଦ କହିଛନ୍ତି ଯେ ଯଦିଓ ସେ ସାଉଥ ଫିଲ୍ମର ଏକ ଅଂଶ ହେବାକୁ ଚାହୁଁଛନ୍ତି କିନ୍ତୁ ଏହି ଇଣ୍ଡଷ୍ଟ୍ରିରେ କାମ କରିବାକୁ ସେ ଡରନ୍ତି । ୨୦୦୩ ରୋମାଣ୍ଟିକ୍ କମେଡି ଫିଲ୍ମ ‘ଇଶ୍କ୍ ବିଶକ୍’ ସହିତ କ୍ୟାରିଅର୍ ଆରମ୍ଭ କରିଥିବା ସାହିଦ କପୁର ସାଉଥ ଇଣ୍ଡିଆନ ଫିଲ୍ମରେ କାମ କରିବାକୁ କାହିଁକି ଡରୁଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସାହିଦ କପୁର କହିଛନ୍ତି, “ମୁଁ ସବୁ ଭାଷାରେ କାମ କରିବାକୁ ଚାହେଁ, କିନ୍ତୁ ଯଦି ମୁଁ କ’ଣ କହୁଛି ଲୋକମାନେ ବୁଝନ୍ତି ନାହିଁ ତେବେ କ’ଣ ହେବ? ସବୁବେଳେ ଏହି ଭୟ ମୋ ମନରେ ଥାଏ । ”

ଏହି କାର୍ଯ୍ୟକ୍ରମରେ ସାହିଦ ଆହୁରି ମଧ୍ୟ କହିଛନ୍ତି ଯେ, “ମୋ ପାଇଁ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ସବୁ ସମାନ କାରଣ ମୁଁ ଏହି ଭାଷା ମଧ୍ୟରୁ କୌଣସି ଭାଷା ଜାଣି ନାହିଁ । ଏଭଳି ପରିସ୍ଥିତିରେ ଯଦି କୌଣସି ନିର୍ମାତା ମୋ ଉପରେ ବିଶ୍ୱାସ କରି ମତେ ସାଉଥ ଫିଲ୍ମ ଦିଅନ୍ତି, ତେବେ ମୁଁ ସାଉଥ ଫିଲ୍ମରେ ନିଶ୍ଚୟ କାମ କରିବାକୁ ଚାହିଁବି । ” ସାହିଦ କହିଛନ୍ତି ଯେ ସାଉଥର ଭାଷା ଶିଖିବା ପରେ ସେ କାମ କରି ଅଧିକ ଖୁସି ହେବେ । ସାହିଦ କପୁରଙ୍କ ବ୍ୟତୀତ ଜାଭେଦ ଅଖତର ଏବଂ ଶବାନା ଆଜମୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅନେକ ଖୁଲାସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜାଭେଦ୍ ଅଖତର ଇଣ୍ଡଷ୍ଟ୍ରିର ‘ଆଂଗ୍ରୀ ୟଙ୍ଗ୍ ମ୍ୟାନ୍’ କିଏ ବୋଲି କହିଥିଲେ । ସେ କହିଛନ୍ତି, ବଲିଉଡରେ ଅନେକ ମହାନ ଅଭିନେତା ଅଛନ୍ତି ଯେମିତିକି ହ୍ରିତିକ ରୋଶନ, ଫରହାନ ଅଖତର, ବିକି କୌଶଲ, କିନ୍ତୁ ସେମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଅଭିନେତା ହେଉଛନ୍ତି ଶାହାରୁଖ ଖାନ । ଏହି ସମୟରେ, ଶବାନା ଆଜମୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ତାଙ୍କର ପ୍ରିୟ ଅଭିନେତାଙ୍କ ବିଷୟରେ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ବର୍ତ୍ତମାନ ‘ଷ୍ଟାରଡମକୁ ବ୍ୟାଖ୍ୟା କରୁଥିବା ଏକ ମାତ୍ର ତାରକା ହେଉଛନ୍ତି ଆଲିଆ ଭଟ୍ଟ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button