ଠିକ ସମୟରେ ପିରିୟଡସ୍ ହେଉନି କି ?

ସୂଚନା ଅନୁସାରେ ଝିଅ ମାନେ ୧୪ ରୁ ୧୫ ବର୍ଷର ହୋଇଗଲା ପରେ ତାଙ୍କର ପିରିଅଡ୍ ଆରମ୍ଭ ହୋଇଯାଇଥାଏ । ସେଥିପାଇଁ ସେମାନଙ୍କର ଶରୀରରେ ନୂତନ ହରମୋନ ସବୁ ରିଲିଜ୍ ହୋଇଥାଏ । ଯଦି ଏହି ହରମୋନ ରିଲିଜ୍ ହେବାରେ କୌଣସି ଅସୁବିଧା ରହୁଥାଏ । ତେବେ ଏହାକୁ ପଲିଷ୍ଟିକ ଓଭାରୀ ସିଣ୍ଡ୍ରୋମ ବୋଲି କୁହାଯାଇଥାଏ । ଝିଅ ମାନଙ୍କର ୨ ଟି ଓଭାରୀ ମଧ୍ୟରୁ ଯେକୌଣସି ଗୋଟିଏ ପଟରୁ ଅଣ୍ଡା ରିଲିଜ୍ ହୋଇଥାଏ ।
ଏହା ବାହାରିବାର ୧୫ ଦିନ ପରେ ପିରିଅଡ୍ ହୋଇଥାଏ । ଯଦି ପିସିଓଏସ ସମସ୍ଯା ବା ପଲିଷ୍ଟିକ ଓଭାରୀ ସିଣ୍ଡ୍ରୋମ ସମସ୍ଯା ରହୁଥାଏ । ତେବେ ଠିକ ସମୟରେ ଅଣ୍ଡା ରିଲିଜ୍ ହୋଇପାରିନଥାଏ । ଏହା ସହିତ ପିରିଅଡ୍ ସଠିକ ସମୟରେ ହୋଇନଥାଏ । ପିସିଓଏସ ବା ହରମୋନର ଅସନ୍ତୁଳିତ ଅବସ୍ତା ହେବାର କାରଣ ଗୁଡିକ ହେଉଛି । ଆଜିର ବର୍ତ୍ତମାନ ସମୟର ପିଲା ମାନେ ଖାଦ୍ୟ ସେବନରେ ଅବହେଳା କରୁଛନ୍ତି ।
ବାହାର ଜିନିଷ ଅଧିକ ମାତ୍ରାରେ ଖାଉଛନ୍ତି । ବହୁତ ସମୟ ରାତି ଅନିଦ୍ରା ରହୁଛନ୍ତି । ଯାହାର ଖରାପ ପ୍ରଭାବ ଶରୀରରେ ପଡୁଛି । ସେଥିପାଇଁ ହରମୋନ ରିଲିଜ୍ ହେବାରେ ବାଧା ଆସୁଛି । ଏହି ସମସ୍ଯା ହେବା ଦ୍ଵାରା ମୁହଁରେ ପ୍ରାତଃ ଝିଅ ମାନଙ୍କର ବ୍ରଣ ବାହାରିଯାଇଥାଏ । କେଶ ଅଧିକ ମାତ୍ରାରେ ଉପୁଡିଥାଏ । ଅଦରକାରୀ ଜାଗାରେ ଅଯଥା ଚୁଟି ଅଧିକ ଉଠିଥାଏ ।
ଏପରି କିଛି ପ୍ରୋବ୍ଲେମ ଆସିଥାଏ । ପିରିଅଡ୍ କୁ ନେଇ ମଧ୍ୟ ସମସ୍ଯା ଆସିଥାଏ । ଯେହେତୁ ହରମୋନ ରିଲିଜ୍ ପ୍ରୋବ୍ଲେମ ଦ୍ଵାରା ଏହା ହୋଇଥାଏ । ସେଥିପାଇଁ ଅଣ୍ଡା ଠିକ ସମୟରେ ରିଲିଜ୍ ହୋଇପାରିନଥାଏ । ଅଣ୍ଡାର ମାଚ୍ଯୁରୀଟି ଭଲ ଭାବରେ ହୋଇପାରିନଥାଏ । ଯେତେବେଳେ ମଧ୍ୟ ପିରିଅଡ୍ ହୋଇଥାଏ ଅଧିକ ମାତ୍ରାରେ ପ୍ରାୟ ଝିଅଙ୍କ କ୍ଷେତ୍ରରେ ଅଧିକ ଓ ମୁଣ୍ଡା ମୁଣ୍ଡା ରକ୍ତ ବ୍ଲିଡିଙ୍ଗ ହୋଇଥାଏ ।
ଓଭାରୀରେ ଅଣ୍ଡା ବହୁତ ପରିମାଣରେ ରହିଥାଏ । ଅଣ୍ଡା ଠିକ ସମୟରେ ରିଲିଜ୍ ନହେବା କାରଣରୁ ଅଣ୍ଡାର ସଠିକ ମାଚ୍ଯୁରୀଟି ନହେବା କାରଣରୁ ପ୍ରେଗେନେନସି ସମୟରେ ସମସ୍ଯା ଆସିପାରେ । ଏହି କ୍ଷେତ୍ରରେ ଗଭଧାରଣ କରି ମାଆ ହୋଇପାରିବେ କିନ୍ତୁ ନରମାଲ ପ୍ରେଗନେନସୀସ ଭଳି ଏହା ନରମାଲ ହୋଇନଥାଏ । ଯଦି ପିସିଓଏସ ସମସ୍ଯାକୁ ସଠିକ ସମୟରେ ଠିକ କରି ପିରିଅଡ୍ ସମୟ କୁ ରେଗୁଲାର କରିପାରିବେ ନାହିଁ ।
ଝିଅ ମାନଙ୍କ ଠାରେ ଛୋଟ ଛୋଟ ସମସ୍ଯା ଠୁ ଆରମ୍ଭ କରି କ୍ୟାନ୍ସର ହେବାର ମଧ୍ୟ ଆଶଙ୍କା ରହିଥାଏ । ଏହା ସହିତ ଅଧିକ ମାତ୍ରା ମୋଟାପଣ ବୃଦ୍ଧି ହୋଇଥାଏ । ତେବେ ପିସିଓଏସକୁ ସମସ୍ଯା ରହୁଥିଲେ ଡାକ୍ତରଙ୍କର ପରାମର୍ଶ ସହ ନିଜର ଖାଦ୍ୟ ଓ ସଂପୂର୍ଣ୍ଣ ଜୀବନଶୈଳୀ ଉପରେ ଆପଣଙ୍କୁ ଧ୍ୟାନ ଦେବା ପାଇଁ ହେବ । ଯାହା ଦ୍ଵାରା ଭବିଷ୍ୟତରେ ଏହାକୁ ନେଇ କୌଣସି ବଡ ସ୍ଵାସ୍ଥ ଜନିତ ସମସ୍ଯା ଆସିବ ନାହିଁ ।