ଦେଶ- ବିଦେଶ

କ’ଣ ଲୁଚିଛପି ବିବାହ କଲେ ହ୍ରିତିକ୍ ? ଅଭିନେତାଙ୍କ Anniversary ପୋଷ୍ଟ ଦେଖି ଫ୍ୟାନ୍ସ ହେଲେ କନଫ୍ୟୁଜ୍

ମୁମ୍ଵାଇ ୦୨।୧୦; ବଲିଉଡ୍ର ଗ୍ରୀକ୍ ଗଡ୍ ହ୍ରିତିକ ରୋଶନ । ସେ ତାଙ୍କ ପ୍ରୋଫେସନାଲ ଅପେକ୍ଷା ପର୍ସନାଲ ଲାଇଫ୍କୁ ଖୁବ୍ ଚର୍ଚ୍ଚାରେ ରୁହନ୍ତି। ଅଭିନେତା ଦୀର୍ଘ ଦିନ ଧରି ସବା ଆଜାଦଙ୍କୁ ଡେଟ କରୁଛନ୍ତି। ଦୁହେଁ ପ୍ରାୟତଃ ଏକାଠି ଅନେକ କାର୍ଯ୍ୟକ୍ରମରେ ନଜର ଆସନ୍ତି। ପ୍ରାୟତଃ ଦୁହେଁ ଛୁଟିଦିନ ମଧ୍ୟ କାଟିବାକୁ ଯାଆନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳେ।

ଏହାରି ମଧ୍ୟରେ ଉଭୟ ନିଜ ସମ୍ପର୍କକୁ ଗ୍ରହଣ କରିବାକୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। କହିବାକୁ ଗଲେ ସବା ହ୍ରିତିକଙ୍କ ଠାରୁ ୧୨ ବର୍ଷ ସାନ, ତଥାପି ଉଭୟଙ୍କ ମଧ୍ୟରେ ଚମତ୍କାର କେମେଷ୍ଟ୍ରି ଅଛି। ବର୍ତ୍ତମାନ ତିନି ବର୍ଷ ବିତିଗଲାଣି ଦୁହେଁ ରିଲେସନଶିପ୍ରେ ଅଛନ୍ତି। ବର୍ତ୍ତମାନ ଦୁହେଁ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହାକୁ ଦେଖିବା ପରେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ୟୁଜର୍ସ।

ହ୍ରିତିକ ରୋଶନ ଏବଂ ସବା ଏବେ ଛୁଟି କାଟୁଛନ୍ତି। ଉଭୟ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସମାନ ଫଟୋ ସେୟାର କରିଛନ୍ତି। ହ୍ରିତିକ୍ ତାଙ୍କ ପୋଷ୍ଟର କ୍ୟାପସନ୍ ଦେଇଛନ୍ତି, ହାପି ଆନିଭର୍ସରି ପାର୍ଟନର । ଏହା ସହ ହାର୍ଟ ଇମୋଜି ଦେଇ ୧.୧୦.୨୦୨୪ ଲେଖିଛନ୍ତି। ଏହି ପୋଷ୍ଟରେ ଅଭିନେତାଙ୍କ ପୂର୍ବତନ ପତ୍ନୀ ସୁସେନ ଖାନ ନିଜର ପ୍ରତିକ୍ରିୟା ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ସୁପର ଫଟୋ।’ ହ୍ରିତିକଙ୍କ ଭଉଣୀ ପଶ୍ମିନା ଏବଂ ଫାଇଟରର କୋ ଷ୍ଟାର ବିବେକ ମଧ୍ୟ କମେଣ୍ଟ ଦେଇଛନ୍ତି। ସବା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସମାନ ଫଟୋ ସେୟାର କରି ଲେଖିଛନ୍ତି, ‘ହାପି ୩ ଇୟର ପାର୍ଟନର।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button