ବାଂଲାଦେଶ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା: ସିନିଅରଙ୍କୁ ବିଶ୍ରାମ, ମୟଙ୍କ ଯାଦବଙ୍କ ଏଣ୍ଟ୍ରି, ଈଶାନ ଆଉଟ୍

ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ବିସିସିଆଇ ଭାରତୀୟ ସ୍କ୍ୱାଡ ଘୋଷଣା କରିଛି । ଅକ୍ଟୋବର ୬ରୁ ଗ୍ୱାଲିୟରରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରେ ସୂର୍ଯ୍ୟ କୁମାର ଯାଦବ ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମରେ ସ୍ଥାନ ମିଳିଛି । ବିସିସିଆଇ ଘୋଷଣା କରିଥିବା ୧୫ ଜଣିଆ ଟିମରେ ସିନିଅର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ।
ଶୁବମନ ଗିଲ, ଋତୁରାଜ ଗାଏକ୍ୱାଡ, ରିଷଭ ପନ୍ତ ଓ ଯଶସ୍ୱୀ ଜୟସୱାଲ, ବୁମରାଙ୍କ ଭଳି ଖେଳାଳି ଟିମରେ ନାହାନ୍ତି । ଏମାନେ ଏବେ ଟେଷ୍ଟ ସିରିଜରେ ବ୍ୟସ୍ତ ରହିଥିବା ବେଳେ ଟି୨୦ ବାଦ୍ ଦିଆଯାଇଛି । ଦଳରେ ନୂଆ ମୁହଁ ଭାବେ ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କୁ ସୁଯୋଗ ମିଳିଛି । ସେହିପରି ସ୍ପିନର ବରୁଣ ଚକ୍ରର୍ବତ୍ତୀଙ୍କୁ ଟିମରେ ସୁଯୋଗ ମିଳିଛି । ୨୦୨୧ରେ ସେ ଭାରତ ପାଇଁ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ । ତାଙ୍କୁ ଟି-୨୦ ବିଶ୍ୱକପ ଟିମରେ ମଧ୍ୟ ୟୁଜି ଚହଲଙ୍କ ବଦଳରେ ସାମିଲ କରାଯାଇଥିଲା । କିନ୍ତୁ ଫିଟନେସ ଯୋଗୁ ତାଙ୍କୁ ଭାରତୀୟ ଟିମରୁ ବାହାରେ ରହିବାକୁ ପଡ଼ିଥିଲା ।