ଦେଶ- ବିଦେଶ

ହିନ୍ଦୁ ନୁହନ୍ତି ଗୋବିନ୍ଦାଙ୍କ ପତ୍ନୀ ସୁନୀତା, ମଦ ପିଇବା ପାଇଁ ବଦଳାଇ ଦେଇଥିଲେ ଧର୍ମ

ମୁମ୍ଵାଇ ୨୦।୦୯: ଲୋକପ୍ରିୟ ଅଭିନେତା ଗୋବିନ୍ଦା। ତାଙ୍କ ପତ୍ନୀ ସୁନୀତା ଅହୁଜା । ନିକଟରେ ସୁନୀତା ସାକ୍ଷାତକାରରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ। ସେ ନିଜ ପରିବାର କିମ୍ବା ପ୍ରେମ ପାଇଁ ନୁହେଁ ବରଂ ମଦ ପିଇବା ପାଇଁ ଧର୍ମ ପରିବର୍ତ୍ତନ କରିଛନ୍ତି। ସୁନୀତା କହିଛନ୍ତି ଯେ ମୋ ମା ନେପାଳର ଏବଂ ବାପା ପଞ୍ଜାବୀ। ମୁଁ ବାନ୍ଦ୍ରାରେ ଜନ୍ମଗ୍ରହଣ କରିଥିଲେ।

ପରିବାରର ସବୁଠାରୁ ସାନ ଏବଂ ଲାଡଲୀ ଥିଲି। ସେତେବେଳେ ମୁଁ ଏକ ଖ୍ରୀଷ୍ଟିଆନ ସ୍କୁଲ୍ରେ ପଢୁଥିଲି ଯେଉଁଠାରେ ସମସ୍ତେ ଖ୍ରୀଷ୍ଟିଆନ ଥିଲେ । ମୁଁ ମୋର ପିଲାଦିନରୁ ଶୁଣିଥିଲି ଯେ ଯୀଶୁଙ୍କ ରକ୍ତ ୱାଇନ ଅଟେ । ମୁଁ ଭାବିଲି ୱାଇନ୍ ହେଉଛି ମଦ ।

ସେତେବେଳେ ସେ ଭାବିଲେ ମଦ୍ୟପାନ କରିବାରେ ପାପ କ’ଣ? ଏହି ଶୌକ ପୂରା କରିବା ପାଇଁ, ମୁଁ ଖ୍ରୀଷ୍ଟିଆନ ହୋଇଗଲେ । ଆଜି ମଧ୍ୟ ସେ ଏହି ଧର୍ମକୁ ଫଲୋ କରୁଛନ୍ତି । ତାଙ୍କ ମୋର ପିତାମାତା ବି ଏପର୍ଯ୍ୟନ୍ତ ଏବିଷୟରେ ଜାଣି ନାହାଁନ୍ତି । ସୁନୀତା ଆହୁରି କହିଛନ୍ତି ଯେ ସେ ପ୍ରତ୍ୟେକ ଶନିବାର ଚର୍ଚ୍ଚକୁ ଯାଆନ୍ତି। କେବଳ ଏତିକି ନୁହେଁ, ସେ ପ୍ରତ୍ୟେକ ଧର୍ମକୁ ବିଶ୍ୱାସ କରନ୍ତି। ସେ ସବୁଆଡେ ଯିବାକୁ ପସନ୍ଦ କରନ୍ତି ଯେପରି କି ମନ୍ଦିର, ଗୁରୁଦ୍ୱାର, ଦରଘା।

ସୁନୀତା କହିଥିଲେ କି ସେ ପାଠ ପଢାରେ ବହୁତ ଦୁର୍ବଳ ଥିଲେ । ପିଲାଦିନେ ସେ ବହି ଖୋଲିଲେ ତାଙ୍କୁ ନିଦ ଆସୁଥିଲା। ଟ୍ୟୁସନ ସମୟରେ ସେ ବାଥରୁମ ଯିବା ବାହାନା ସେଠାରେ ଶୋଇପଡନ୍ତି। ଗୋବିନ୍ଦାଙ୍କ ସହ ପ୍ରଥମ ସାକ୍ଷାତ ବିଷୟରେ ସୁନୀତା କହିଥିଲେ ଯେ ତାଙ୍କ ଭଉଣୀର ବିବାହ ଗୋବିନ୍ଦାଙ୍କ ମାମୁଁଙ୍କ ସହ ହୋଇଥିଲା। ସେ ଏହି ବିବାହରେ ପ୍ରଥମ ଥର ପାଇଁ ଗୋବିନ୍ଦାଙ୍କୁ ଦେଖିଥିଲେ। ଏହି ସମୟରେ ସେ ନବମ ଶ୍ରେଣୀରେ ଥିଲେ ଗୋବିନ୍ଦା B.COMର ଶେଷ ବର୍ଷରେ ପଢୁଥିଲେ। ଏହି ବିବାହରେ ମୁଁ ଗୋବିନ୍ଦାଙ୍କୁ ତାଙ୍କୁ ପ୍ରଥମ ଥର ଦେଖିଲି ।

ମୋ ଭିଣେଇ ବି କହିଥିଲେ ଯେ ଗୋବିନ୍ଦା ଜଣେ ଅତି ସରଳ ବ୍ୟକ୍ତି, ସେ ତାଙ୍କ ମାଙ୍କୁ ବହୁତ ଭଲ ପାଆନ୍ତି। ଏହା ମଧ୍ୟ କହିଥିଲେ କୌଣସି ଝିଅ ଗୋବିନ୍ଦାଙ୍କୁ ଇମ୍ପ୍ରେସ କରିପାରିବ ନାହିଁ। ମୁଁ ଭିଣୋଇଙ୍କୁ କହିଲି ଯେ ମୁଁ ଏହା କରିପାରିବି। ତା’ପରେ ସେ ମୋତେ ଏପରି କରିବାକୁ ଚାଲେଞ୍ଜ ଦେଇଥିଲେ। ଗୋବିନ୍ଦାଙ୍କ ପ୍ରଥମ ଚଳଚ୍ଚିତ୍ର ‘ତନ୍ ବଦନ୍’ ସମୟରେ ସୁନୀତାଙ୍କୁ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଫର କରାଯାଇଥିଲା। ହେଲ ସେ ମନା କରିଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button