ଦେଶ- ବିଦେଶ

ବାପାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଲେ ହିମେଶ ରେଶମିଆ, ସାମ୍ନାକୁ ଆସିଲା ଭିଡିଓ…

ମୁମ୍ଵାଇ ୨୦।୦୯: ବଲିଉଡ୍ର ଜଣାଶୁଣା ଗାୟକ ହିମେଶ ରେଶମିଆ। ବର୍ତ୍ତମାନ ତାଙ୍କ ପିତାଙ୍କର ଦେହାନ୍ତ ହୋଇଛି। ହିମେଶଙ୍କ ପିତା, ସଙ୍ଗୀତ ନିର୍ଦ୍ଦେଶକ ବିପିନ୍ ରେଶମିଆ। ତାଙ୍କ ଦେହାନ୍ତ ହେତୁ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ସୂଚନା ଅନୁଯାୟୀ, ୧୮ ସେପ୍ଟେମ୍ବର ରାତି ପ୍ରାୟ ୮.୩୦ ସମୟରେ ବିପିନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ତାଙ୍କ ପିତା ଏହିପରି ଚାଲିଯିବା ହେତୁ ହିମେଶ ଉପରେ ଦୁଃଖ ପର୍ବତ ପଡିଛି।ଧଳା କୁର୍ତ୍ତା-ପାଇଜାମାରେ ଗାୟକ ଶୋକ କରୁଥିବା ନଜର ଆସିଛନ୍ତି। ଗାୟକଙ୍କୁ ଦେଖିଲେ ଲାଗୁଛି ଯେମିତି କାନ୍ଦିବା କାରଣରୁ ତାଙ୍କ ଆଖି ଫୁଲିଯାଇଛି । ତାଙ୍କ ଅବସ୍ଥା ଦେଖି ତାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରୁଛନ୍ତି। ଏହି ଭିଡିଓ ଦେଖିବା ପରେ ସମସ୍ତେ ଗାୟକଙ୍କୁ ସାନ୍ତ୍ୱନା ଦେଉଛନ୍ତି ଏବଂ ତାଙ୍କୁ ସାହସ ରଖିବାକୁ ପରାମର୍ଶ ଦେଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button